ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ସ୍ୱାମୀ ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଉଦଯାପିତ ଦିବସରେ ବିଦ୍ୟାଳୟର ଅଧକ୍ଷ ଭାରତ ଭୂଷଣ ମୁଣ୍ଡ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆତ୍ମ ରକ୍ଷା ତାଲିମ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଧୀର କୁମାର ପଣ୍ଡା ,ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡା ,ସୁବାଷ ଚନ୍ଦ୍ର ମେହେର ଏବଂ ଗିରିଧାରୀ ନାଗ ପ୍ରମୁଖ ଯୋଗ ଦେଇଥିଲେ ।ଏହି ତାଲିମ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି ।ମହିଳା ମାନଙ୍କୁ ଅସୁରକ୍ଷିତ ପରିସ୍ଥିତିକୁ ସାମନା କରି କିପରି ସୁରକ୍ଷିତ ରହିବେ ଏହା ହେଉଛି ଏହି ଆତ୍ମ ରକ୍ଷା ତାଲିମର ମୁଳ ଲକ୍ଷ ।କ୍ରୀଡା ଶିକ୍ଷକ ଜୟ କିଶନ ବେହେରା ୮ ଦିନ ଧରି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିବା ବେଳେ ପ୍ରଶିକ୍ଷକ ଧନୀକ। ନ।ଏକ ଆତ୍ମ ରକ୍ଷାର କୌଶଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଗିରିଧାରୀ ନାଗ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ 

Sunil Chandra Nayak

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ଵ ଦାନ କଳା ଅଭିଯାନ ଜରିଆରେ ଜନ ମଙ୍ଗଳ ରାସୋଳ ସଂଗଠନ ତରଫରୁ ଉଫ୍ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ଖାଦ୍ୟ,ବସ୍ତ୍ର ଓ ଫଳଦାନ

masiha

Leave a Comment

error: Content is protected !!