ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

ଖଇରା,୧୪/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ତହସିଲର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ରଥ(୬୨) ଙ୍କର ତା ୧୩/୫/୨୪ ରିଖ ସୋମବାର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସ୍ବର୍ଗତ ରଥଙ୍କ ଘର ଖଇରା ତହସିଲ ଅନ୍ତର୍ଗତ ମାଣତ୍ରୀ ଗ୍ରାମରେ । କୌଣସି କାର୍ଯ୍ୟରେ ସନ୍ଧ୍ୟାରେ ନିକଟସ୍ଥ ଅଡା ବଜାରକୁ ଯାଇଥିଲେ । ସେଠାରେ ହଠାତ୍ ମୁଣ୍ଡ ବୁଲେଇ ଦେବାରୁ ତଳେ ପଡିଯାଇଥିଲେ । ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଭଦ୍ରକ ମେଡ଼ିକାଲ ଓ ପରେ ଭୁବନେଶ୍ୱରର କେୟାର ମେଡ଼ିକାଲକୁ ନେଉଥିବା ବେଳେ ବାଟରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ବିଧବା ପତ୍ନୀ ସହିତ ୧ ପୁଅ ଓ ୧ ଝିଅ ଅଛନ୍ତି । ଖବରପାଇ ତା ୧୪/୫/୨୪ରିଖ ସକାଳେ ଖଇରା ତହସିଲ ଅଫିସର କର୍ମଚାରୀ ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତହସିଲ ଅଧିନରେ ଥିବା ବିଭିନ୍ନ ଆର ଆଇ ଅଫିସରେ ପିଅନ ଭାବେ କାର୍ଯ୍ୟ କରି ୨୦୨୧ ମସିହାରେ ଚାକିରୀରୁ ଅବସର ନେଇଥିଲେ । ସେ ଜଣେ ସଚ୍ଚୋଟ ଓ ସୁଦକ୍ଷ କର୍ମଚାରୀ ଥିଲେ । ଲୋକଙ୍କୁ ସେବା ଦେବାରେ କୌଣସି ଅବହେଳା କରିନଥିଲେ । ଉତ୍ତମ ଵ୍ଯଵହାର, କର୍ମନିପୁଣତା, ଉତ୍ତମସେବା, ମଧୁର ବଚନ, ମିଷ୍ଟଭାଷୀ, ସ୍ନେହୀ, ସରଳ ଓ ସଚ୍ଚୋଟତା ପାଇଁ ତହସିଲ କାର୍ଯ୍ୟାଳୟରେ ସୁନାମ ଅର୍ଜନ କରିଥିଲେ । ସେ ମଧ୍ୟ ଜଣେ ଉତ୍ତମ ସମାଜସେବୀ ଥିଲେ । ବିଜୁଳି ବେଗରେ ତାଙ୍କ ମୃତ୍ୟୁ ଖବର ସମ୍ପୃକ୍ତ ଅଞ୍ଚଳରେ ଖେଳିଯିବା ପରେ ବହୁ ଲୋକ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମାଣତ୍ରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତଥା ବର୍ତ୍ତମାନର ମା ଚଣ୍ଡୀ ମନ୍ଦିର ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଦାସ ଖବରପାଇ ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସି ଏମ୍ ଟ୍ରଫି ଜୋନ୍ ସ୍ତରୀୟ କବାଡିରେ ମୟୂରଭଞ୍ଜ ଦଳରେ କିସ୍ ବାରିପଦାର ସାତ ଜଣ ଛାତ୍ରୀ ସାମିଲ୍

ରାଇରଙ୍ଗପୁର ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ; ବିଜୁପଟ୍ଟନାୟକ ଛକରେ ଦିର୍ଘ ଦିନ ହେଲା ଟେଣ୍ଟ ବନ୍ଧା ଯୋଗୁଁ ଯାତ୍ରୀ ଓ ପରିବହନ ହନ୍ତସନ୍ତ

masiha

ଆରାଧ୍ୟା କଲ୍ଚରାଲ ଏକାଡେମୀ ପକ୍ଷରୁ ସଂଗୀତ,ନୃତ୍ୟ,ବାଦ୍ୟ ଓ ଚିତ୍ରକଳା ଶିକ୍ଷାଦାନ ଆରମ୍ଭ

masiha

Leave a Comment

error: Content is protected !!