ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟେର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ସାମିଲ, ଉଦଘାଟନ କଲେ ଜନ ପ୍ରତିନିଧି

ମୋଟେର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ସାମିଲ, ଉଦଘାଟନ କଲେ ଜନ ପ୍ରତିନିଧି

କୋକସରା,୨୯/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟ ୫ଟି ରୂପାନ୍ତରଣରେ ସାମିଲ ହୋଇଥିବା ବେଳେ ସୋମବାର ଉଦଘାଟନ କରାଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଅଶୋକ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ କୋକସରା ରାଜୀବ କୁମାର ଅଗ୍ରୱାଲ, ସମାଜସେବୀ ଦେବେନ୍ଦ୍ର ପାଟଯୋଶୀ, ଦୁଷ୍ମନ୍ତ ପାଟଯୋଶୀ, ମହିଳା ନେତ୍ରୀ କୁନ୍ତି ପାଳ ସମିତି ସଭ୍ୟା ଉଆଁସି ପାନ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଜୟପାଟଣା ଡିଗ୍ରୀ ମହାବିଦ୍ୟାଳୟ ବିଦୁ ଭୂଷଣ ପାଟ୍ଟଯୋଷୀ, ବଙ୍କୀମ ଚନ୍ଦ୍ର ଦାସ, ଜଗଦୀଶ ସରାଫ, ପ୍ରମୁଖ ଉପସ୍ଥିତ ରହି ରୂପାନ୍ତରିତ ସ୍ମାର୍ଟ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଥିଲେ।ଏହି ଅବସରରେ ଉପସ୍ଥିତ ଅତିଥିମାନେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରୂପାନ୍ତରିତ ଯୋଜନା ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ବୋଳି କହିଛନ୍ତି। ମଞ୍ଚ ସଂଯୋଜନା ଶିକ୍ଷକ ସାମନ୍ତ କୁମାର ପାଟଯୋଶୀ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉଚ୍ଚର ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଓଡ଼ିଶା ଆଦିବାସୀ ମଞ୍ଚ, ସ୍ଵେଚ୍ଛାସେବୀ ସଂଗଠନ ପ୍ରେମ୍‌‍, ଇଡ୍‌‍କୋର ପ୍ରତିନିଧି

masiha

ଜଳବାୟୁ ପରିବର୍ତ୍ତନ ଚ୍ୟାଲେଞ୍ଜ ମଧ୍ୟରେ ସସ୍ଥାୟୀ କୃଷି ଓ କମନ୍ସ ସୁରକ୍ଷା ପାଇଁ ସାମୁହିକ ସଂକଳ୍ପ

ରାଇରଙ୍ଗଫପୁର ଲ୍ଯାମ୍ପରେ ଖରିଫ ଋତୁ ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା

Sunil Chandra Nayak

Leave a Comment

error: Content is protected !!