ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

ଧର୍ମଗଡ/ବେହେରା:୧/୨/୨୪ // ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ତରଫରୁ ଘୋଷଣା ହୋଇଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ର ଗତକାଲି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଉଦଯାପନି ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ର ବିଭିନ୍ନ ବିଦ୍ୟାଳୟ, ଛାତ୍ର ଛାତ୍ରୀ,ଶିକ୍ଷକ, ବିଦ୍ୟାଳୟ ଆଲୁମିନି ଏବଂ ବିଭିନ୍ନ ପଞ୍ଚାୟତ କୁ ପୁରସ୍କୃତ କରାଯାଥିଲା ।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ କୁ ଆସୁଥିବା ପାଣ୍ଠି କୁ ପ୍ରାଥମିକ ଶିକ୍ଷା ର ଉନ୍ନତିକରଣ ପାଇଁ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ଖର୍ଚ୍ଚ କରିଥିବାରୁ ଏବଂ ଓଡ଼ିଶା ସରକାରଙ୍କ 5T ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଗତକାଲି ଭୁବନେଶ୍ୱର ଠାରେ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ପଞ୍ଚାୟତ ଭାବରେ ବେହେରା ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗଇନ୍ତା ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ନାଗ ଙ୍କୁ ଗଣଶିକ୍ଷା ବିଭାଗ ତରଫରୁ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି ଏବଂ ଗୋଷ୍ଠୀଗତ ପୁରସ୍କାର ରାଶି ଭାବରେ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ସୂଚନା ମିଳିଛି ।ଏ ନେଇ ନିଜ ପ୍ରତିକ୍ରିୟା ରେ ବେହେରା ସରପଞ୍ଚ କୁମୁଦିନୀ ଗଇନ୍ତା କହିଛନ୍ତି ଯେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସରିଲା ପରେ 5T ସଚିବ ଭିକେ ପାଣ୍ଡିୟାନ୍ ସରପଞ୍ଚ ମାନଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ନିଜ ପଞ୍ଚାୟତ ରେ ଆହୁରି ଭଲ କାମ କରି ନିଜ ପଞ୍ଚାୟତ ର ନାମ ରଖିବାକୁ କହିଥିବା ସୂଚନା ଦେଇଛନ୍ତି ।ଏହି ଖବର ଜାଣିବା ପରେ ଅଞ୍ଚଳରେ ଖୁସି ର ଲହର ଖେଳିଯିବା ସହ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ଝରିଗାଁ ବିଧାୟକ ପ୍ରକାଶ ମାଝୀ ଏବଂ ଧର୍ମଗଡ଼ ବିଡ଼ିଓ ହିମାଞ୍ଚଳ ମାଝୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ)ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ:ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ କୁ ସମ୍ବର୍ଦ୍ଧନା 

Sunil Chandra Nayak

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

masiha

ମିଳିତ ଶିକ୍ଷକ ସଂଘ ର ଖଡ଼ିଆଳ ବିଇଓ ଅଫିସ ଘେରାଓ

Sunil Chandra Nayak

Leave a Comment

error: Content is protected !!