ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତୁ

ଜୁନାଗଡ଼,୧/୨(ମ ନି ସ)ଜୁନାଗଡ଼ ସହରରେ ବାଇକ ଦୁର୍ଘଟଣାରେ ବିଜ୍ଞାନ ଶିକ୍ଷକଙ୍କ ମୃତୁ ହୋଇଯାଇଛି। ମଟିଗାଁ ପଂଚାୟତ କୋଲିଗାଁ ହାଇସ୍କୁଲ ଠାରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ରାଜିନ୍ଦ୍ର ମହାନ୍ତି(୫୨) କୌଣସି କାମରେ ସନ୍ଧ୍ୟାରେ ସହରରେ ମିକି ଇଲେକ୍ଟ୍ରୋନିକ୍ସ ନିକଟରେ ଯାଉଥିବା ସମୟରେ ଏକ ଅଜଣା ବାଇକ ଧକ୍କା ଦେଇ ଚମ୍ପଟ ମାରିଥିଲା।ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ହେଲେ ସେଠାରେ ଡକ୍ଟର ତାଙ୍କୁ ମୃତୁ ଘୋଷଣା କରିଥିଲେ। ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ମୃତ ଶିକ୍ଷକଙ୍କ ସ୍ତ୍ରୀ, ୨ଝିଅ ଓ ୧ପୁଅ ରହିଛନ୍ତି।ସେ ଜଣେ ଛାତ୍ର ବତ୍ସଲ୍ୟ ଓ ଲୋକପ୍ରିୟ ଶିକ୍ଷକ ଥିଲେ।ତାଙ୍କ ମୃତୁରେ ଶିକ୍ଷକ,ଛାତ୍ର ଓ ପରିଜନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୬ ଦିନରେ ପହଞ୍ଚିଲା ଧାରଣା

masiha

ରାଇରଙ୍ଗପୁର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

masiha

Leave a Comment

error: Content is protected !!