ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନଶକ୍ତି ଓଡିଆ କବି ସମ୍ମିଳନୀ 

ମିଶନଶକ୍ତି ଓଡିଆ କବି ସମ୍ମିଳନୀ 

ନବରଙ୍ଗପୁର ୧/୨ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ମିଶନଶକ୍ତି ସଭା ଗୃହ ପରିଶରରେ ଏକ ଜିଲ୍ଲା ସ୍ତରୀୟ ମିଶନଶକ୍ତି ଓଡିଆ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।। ରାଜ୍ୟ ସରକାରଙ୍କ ଦ୍ଵାରା ଆସନ୍ତା ୩ ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବା ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଜିଲ୍ଲାର ମିଶନଶକ୍ତି ବିଭାଗ ଦ୍ଵାରା ଏହି ମିଶନଶକ୍ତି ଓଡିଆ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା । ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମିଶନଶକ୍ତି ଓଡିଆ କବି ସମ୍ମିଳନୀରେ ଜିଲ୍ଲାରେ କାର୍ଯ୍ୟରତ ସ୍ଵୟଂ ସହାୟକ ଦଳ ମାନଙ୍କ ମଧ୍ୟରୁ ୯୦ ଜଣ ମହିଳା କବି ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହା , ଆଶାକିରଣ ବିଦ୍ୟାଳୟ ର ଅଧ୍ୟକ୍ଷ ଜଗନାଥ ବେହେରା ,ଡ଼ ସଂଯୁକ୍ତା ପଣ୍ଡା ମିଳିତ ଭାବରେ ପ୍ରଦୀପ ପ୍ରଯୋଳନ କରି ଏହି କବି ସମ୍ମିଳନୀକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହା “ଭାଷା ଅତୀତର ଅସ୍ତିତ୍ଵ ଓ ଭାଷା ହିଁ ଭବିଷ୍ୟତ” ଉପରେ ଆଲୋଚନା କରିବା ସହିତ ଓଡିଆ ଭାଷା ସାହିତ୍ୟରେ କବିତାର ଗୁରୁତ୍ଵ ଉପରେ ଆଲୋକ ପାତ କରିଥିଲେ । ସମୀକ୍ଷକ ଭାବରେ ଯୋଗଦେଇ ଡ଼ ସଂଯୁକ୍ତା ପଣ୍ଡା ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଶାକିରଣ ବିଦ୍ୟାଳୟ ର ଅଧ୍ୟକ୍ଷ ଜଗନାଥ ବେହେରା କବିତା ଲେଖନୀ ର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ ମହିଳା କବି ସେମାନଙ୍କର ସ୍ଵରଚିତ କବିତାକୁ ଆବୃତି କରିଥିଲେ । କବୟତ୍ରୀ ଜେନି ସିଂ ଙ୍କ କବିତା ନାରୀ କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ, କବୟତ୍ରୀ ମମତା ମହାରଣା ଙ୍କ କବିତା ଆଜିର ନାରୀକୁ ଦ୍ଵିତୀୟ ଓ କବୟତ୍ରୀ ଉର୍ମିଳା ମହାପାତ୍ର ଙ୍କ କବିତା ସ୍ଵୟଂ ସହାୟକ ଙ୍କୁ ତୃତୀୟ ପୁରସ୍କାର ମିଳିବା ସହିତ ଶ୍ରେଷ୍ଠ ବିବେଚନା କରାଯାଇଥିବ। କୋଡିଏ ଜଣ ମହିଳା କବୟତ୍ରୀ ଙ୍କୁ ଏହି ସମ୍ମିଳନୀରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇ ଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ମିଶନଶକ୍ତି ସଂଯୋଜକ ମାମୁନୁ କୁମାର କର ଓ ପ୍ରଜ୍ଞାଲିଷ୍ପା ସ୍ଵାଇଁ ପରିଚାଳନାରେ ସହଯୋଗ କରିଥିବାଲେ । ଶେଷରେ ଜିଲ୍ଲା ମିଶନଶକ୍ତି ସଂଯୋଜକ ହର୍ଷାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାଇକେଲ ପ୍ରଦାନ କରି ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟେଇଲେ ସାମାଜିକ କର୍ମୀ

Sunil Chandra Nayak

Saradiya Bandhu Milan held of 42 Mouza Pratibha Bikash Pratisthan.

masiha

ଫସଲ ନଷ୍ଟ କ୍ଷତି ପୂରଣ ପ୍ରକ୍ରିୟା ଆରମ୍ଭ 

masiha

Leave a Comment

error: Content is protected !!