ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ଆର.କେ. କଲେଜରେ ନୂଆ-ଓ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

ଲୁହାଶିଳା ଆର.କେ. କଲେଜରେ ନୂଆ-ଓ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ

 ମୟୂରଭଞ୍ଜ- ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ “ନୂଆ ଓଡିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ “ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତିଯୋଗିତା” ଉଦଯାପିତ ହୋଇଯାଇଛି। ଉଦଯାପନ ପୂର୍ବରୁ ଗତ କିଛି ଦିନ ଧରି ଆୟୋଜିତ ପ୍ରତିଯୋଗିତାଗୁଡିକ ମଧ୍ୟରେ ଓଡ଼ିଆ ହସ୍ତାକ୍ଷର, ଓଡ଼ିଆ କବିତା ପାଠ, ଓଡିଆ ପ୍ରବନ୍ଧ ଲିଖନ, ଓଡ଼ିଆ ଭଜନ ଗାନ, ଜଗନ୍ନାଥ ଆଧାରିତ ଓଡ଼ିଆ ପ୍ରଶ୍ନୋତ୍ତରୀ, ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆଦି ସ୍ଥାନ ପାଇଥିବା ଜଣାଯାଇଛି। ଏହି ସବୁ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉଦଯାପନୀ ସମାବେଶରେ ପୁରସ୍କୃତ କରାଯାଇଛି।

କଲେଜର ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ‘ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପନୀ ଉତ୍ସବ”ରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର କଲେଜର ଓଡ଼ିଆ ଅଧ୍ୟାପକ ଡ଼. ମିଲନ ମହାନ୍ତ ଓ ରାଇରଙ୍ଗପୁର କଲେଜର ଓଡ଼ିଆ ଅଧ୍ୟାପିକା ଡ଼. ତନ୍ମୟୀ ରଥ ଯୋଗ ଦେଇ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟତା ଓ ମହନୀୟତା ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅଧ୍ୟାପକ ଅଜୟ କୁମାର ଗିରି, ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷାର ବିଶେଷତ୍ୱ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। 

    ଓଡ଼ିଆ ଅଧ୍ୟାପକ ରମାକାନ୍ତ ପାତ୍ର ବିଗତ ଦିନଗୁଡ଼ିକରେ ଏହି ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କିତ କାର୍ଯ୍ୟକ୍ରମଚୟର ପରିଚାଳନା କରି ପିଲାମାନଙ୍କୁ ଏଥିପାଇଁ ଉତ୍ସାହିତ କରିଥିବା ବେଳେ କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡିକରେ କଲେଜ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଥିଲା।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

masiha

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

masiha

ଦାଦନ ସମସ୍ୟା ଦାଦନ ର ଦୁଃଖ 

masiha

Leave a Comment

error: Content is protected !!