ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ

ବସ୍ତା,04/02 : ବାଡି ରେ ଗୋରୁ ପଶିବାକୁ କେନ୍ଦ୍ର କରି ଧାରୁଆ ଦାଉଲି ରେ ସମ୍ପର୍କୀୟ ଭାଇ ଙ୍କୁ ମାରଣାନ୍ତକ ଆକ୍ରମଣ କଲା ଭାଇ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମନୁଡିହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା , ସୂଚନା ଅନୁଯାୟୀ ମନୁଡିହା ଗ୍ରାମର ଲକ୍ଷ୍ମୀଧର ମହାନ୍ତି ଙ୍କ ସହ ତାଙ୍କର ସମ୍ପର୍କୀୟ ଭାଇ ମାନଙ୍କ ସହ ଦୀର୍ଘ ବର୍ଷ ଧରି ଜମି ବାଡି କୁ କେନ୍ଦ୍ର କରି ବିବାଦ ଲାଗି ରହି ଥିଲା, ତେବେ ଆଜି ଲକ୍ଷ୍ମୀଧରଙ୍କ ବାଡି ଭିତରକୁ ସେମାନଙ୍କ ଗୋରୁଟି ପଶି ଆସିବାରୁ ଲକ୍ଷ୍ମୀଧର ଗୋରୁଟିକୁ ଘଉଡାଇ ଦେଇ ଥିଲେ, ଏନେଇ ସମ୍ପର୍କୀୟ ଭାଇ ଙ୍କ ସହ ଯୁକ୍ତିତର୍କ ହେବା ପରେ ଘଟଣା ଉଗ୍ରରୂପ ଧାରଣ କରିଥିଲା, ସେମାନେ ଏକ ଧାରୁଆ ଦାଉଲି ରେ ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିଥିଲେ,ଲକ୍ଷ୍ମୀଧର ଙ୍କ ମୁଣ୍ତ ଏବଂ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇ ଥିଲା, ଘଟଣା ସ୍ଥଳରେ ଲକ୍ଷ୍ମୀଧର ଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବସ୍ତା ହସପିଟାଲ ଏବଂ ଅବସ୍ଥା ସଙ୍କଟାପନ୍ନ ହେବା ରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ହସପିଟାଲ କୁ ସ୍ଥାନାନ୍ତର କରା ଯାଇଛି, ଏନେଇ ଲକ୍ଷ୍ମୀଧର ଙ୍କ ପରିବାର ପକ୍ଷରୁ ବସ୍ତା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ କରୁଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅପହରଣ ସମୟରେ ଯୁବତୀ ଉଦ୍ଧାର : ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ବହୁ ଚର୍ଚ୍ଚିତ ଵହଳଦା ଷ୍ଟେଟ ବ୍ୟାଙ୍କରଜ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଧାଫାଶ କଲା ମୟୂରଭଞ୍ଜ ପୋଲିସ; ବିହାର ରାଜ୍ୟର ୨ ଦୁର୍ଦାନ୍ତ ଡକାୟତଙ୍କୁ ବାନ୍ଧିଲା ପୋଲିସ ; ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି; ସଫଳତା ପଛରେ ଚଷମା ଓ ଛୁରୀ 

masiha

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

masiha

Leave a Comment

error: Content is protected !!