ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାରିଜଣ ହରିଣ ମାଂସ ଶିକାରୀଙ୍କୁ ଜଙ୍ଗଲରେ ମାଡିବସିଲେ ବନ କର୍ମଚାରୀ, କୋର୍ଟ ଚାଲାଣ ପରେ ଜାମିନି ନାମଞ୍ଜୁର

ଚାରିଜଣ ହରିଣ ମାଂସ ଶିକାରୀଙ୍କୁ ଜଙ୍ଗଲରେ ମାଡିବସିଲେ ବନ କର୍ମଚାରୀ, କୋର୍ଟ ଚାଲାଣ ପରେ ଜାମିନି ନାମଞ୍ଜୁର

ରାଜନଗର-୫.୧.୦୨୪କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନ ଖଣ୍ଡ ଅଧିନସ୍ଥ ‌କନିକା ବନାଞ୍ଚଳଙ୍କ ଅଧିନସ୍ଥ ନିକଟ ଜଙ୍ଗଲରୁ ବନ କର୍ମଚାରୀ ସାହସିକତାର ସହିତ୪ଜଣ ହରିଣ ଶିକାରୀଙ୍କୁ କାବୁ କରିବା ସହ ମାଂସ ଓ କଟୁରୀ ଜବତ କରି ‌ସଫଳତା ହାସଲ କରିଛନ୍ତି।କିଛିଦିନ ପୂର୍ବରୁ ପତ୍ର ପତ୍ରୀକାରେ ପ୍ରକାଶ ପାଇ ଆସୁଥିଲା ହରିଣ ଓ ବାରହା ମାଂସ ସ୍ବାଦ ହୋଟେଲକୁ ଚାଲାଣ ହେଉଥିଲା ସେଠାରୁ ନେତା ଅଫିସର ମାନଙ୍କ ପାଖକୁ ପଠାଯିବା ସହ ହୋଟେଲରେ ରନ୍ଧାଯାଇ ବଡବଡିଆ ପର୍ଯ୍ୟଟକଙ୍କ ପାଇଁ ମୂଲ୍ୟ ବାନ ବ୍ୟଞ୍ଜନ ଯୋଗାଇ ଦିଆଯାଉଥିଲା, ସେତେବେଳେ ମାଲିକ କୁଆଡେ ଅଵୈତନୀକ ଡିଓଫ ଵୋଲି କହୁଥିବା ବେଳେ ଏବେ ଆଉ ସେ ପୋଷ୍ଟରେ ନାହାନ୍ତି। କିନ୍ତୁ କିଛିଦିନ ନିରବତା ପରେ ପୁଣି ସକ୍ରୀୟ ହୋଇ ଉଠିଲେଣୀ ଶିକାରୀ ଯାହାକି ଗତକାଲି ଭିତର କନିକା ଜାତୀୟ ଉଦ୍ୟାନ କନିକା ରେଞ୍ଜ ଅଧିନସ୍ଥ ଜଙ୍ଗଲରେ ହରିଣ ଶିକାରୀ ପଶିଥିବା ବିଚକ୍ଷଣ ଦୂରଦୃଷ୍ଟି ଥିବା ପୂର୍ବତନ ରେଞ୍ଜର ତଥା ବର୍ତମାନର ପଦୋନ୍ନତି ପାଇଥିବା ଏସିଏଫ ଶ୍ରୀମାନସ ରଞ୍ଜନ ଦାସ ଜାଣିବାକୁ ପାଇଥିଲେ।ଗତକାଲି ରାତିପ୍ରାୟ ୮ଟା ସମୟରେ ଏସିଏଫ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ଡାଙ୍ଗମାଳ ଓ ତାଳଚୁଆ ଫରେଷ୍ଟ ସେକ୍ସନ ଟିମ୍ ରେ ଫରେଷ୍ଟର ଶ୍ରୀ ଲକ୍ଷ୍ମୀଧର ବାରିକ,ଫରେଷ୍ଟର ପ୍ରଶାନ୍ତ କୁମାର ସିଂ,ଫରେଷ୍ଟର ସୁନିଲ ରଞ୍ଜନ ରାଉତରାୟ,ବନରକ୍ଷୀ ବୁଲବୁଲ ପରିଡା ସାମିଲି ହୋଇ ଜଙ୍ଗଲରେ ମିଳିତ ପେଟ୍ରୋଲିଙ୍ କରୁଥିଲେ।ଏହି ସମୟରେ ଉତ୍ତରମହିଷାମଡା ଜଙ୍ଗଲ ମଧ୍ୟରୁ ୩ଜଣ ଶିକାରୀ ହରିଣ ମାଂସ ଧରି ଜଙ୍ଗଲରୁ ପଳାଉଥିବା ବେଳେ ତାଙ୍କୁ ଏହି ଟିମ୍ କାବୁ କରିବା ସହ କଞ୍ଚା ମାଂସ ଓ କଟୁରୀକୁ ଜବତ କରିଥିଲେ।ହେଲେ ଧରାପଡିଥିବା ଶିକାରୀଙ୍କ ଵୟାନୁଯାଇ ଆଉ ଜଣେ ସହଯୋଗୀ ଙ୍କୁ ଏହି ବନକର୍ମଚାରୀ ଟିମ୍ ଗୋଡାଇ ଗୋଡାଇ ଖୋଳାପୋଲ ନିକଟରେ ଧରିଥିଲେ ଏବଂବାଇକ୍ ସହ ମାଂସ ଜବତ କରିଥିଲେ।କଣ୍ଟାବଣର ଏକ ବଡଲୋକର ଵିଵାହ ଭୋଜିକୁ ବଡବଡ ନେତା ଆସୁଥିବାରୁ (ଟିକେଟ ସନ୍ତୁଷ୍ଟ ପାଇଁ) ହରିଣ ମାଂସ ନିଆଯାଉଥିବା କହିଥିଲେ। ଅଭିଯୁକ୍ତ ମାନେ ହେଲେ ଶେକ୍ ଖୁଶେନ୍,ଜ୍ବ୍ୟୋତିପ୍ରସାଦ ତାଳଚୁଆ,ମୋତି ମଣ୍ଡଳ ତାଳଚୁଆ, ଜିତେନ୍ଦ୍ର ବାରିକ ଭେକ୍ଟା ତାଳଚୁଆ,ଟିଙ୍କୁ ଭୂୟାଁ ଭେକ୍ଟା ତାଳଚୁଆ,ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି,ଜାମିନି ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡିଛି।୬କେଜି ହରିଣ ମାଂସ,କଟୁରୀ, ବ୍ୟାଗ,ଫାସ ଏକ ବାଇକ୍ ଜବତ ହୋଇଛି।ରାତିରେ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କୁ ତାଙକର ସାହାସୀକତା ପାଇଁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମହିଳାଙ୍କ ରକ୍ତ ଜୁଡୁ ବୁଡୁ ମୃତଦେହ

masiha

କନ୍ଦାବୁଟୁରା କେନାଲରୁ ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବାଇକ ଉଦ୍ଧାର, ପୁଲିସର ତଦନ୍ତ ଜାରି

Sunil Chandra Nayak

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!