ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ଭଲିବଲ ରେଫରୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାର କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ପ୍ରଶଂସା

ନର୍ଲା (ମନିସ) ଚଳିତ ବର୍ଷ ପ୍ରାରମ୍ଭରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ରାଜ୍ୟ ଭଲିବଲ୍ ରେଫରି ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ରାଜ୍ୟ ଭଳିବଲ ରେଫରି ପରୀକ୍ଷାର ଫଳାଫଳ ଇତି ମଧ୍ୟରେ ପ୍ରକାଶ ପାଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଦୁଇ ଜଣ ସଦସ୍ୟ ବିପିନ କୁମାର ପ୍ରଧାନ, ଅଜିତ କୁମାର ନାଏକ ଏବଂ ବଡଧାରପୁର ଯୁବକ ସଙ୍ଘର ସଦସ୍ୟ ଚନ୍ଦ୍ର ମୋହନ ବିଶ୍ୱାଳ ଏହି ତିନି ଜଣ ପରୀକ୍ଷାର୍ଥୀ ଉକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସରିଆଁ ଗାଁ ପାଇଁ ତଥା କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି କୃତିତ୍ୱକୁ ଦେଖି ଏ ଅଞ୍ଚଳରେ ଖୁସିର ଲହର ଖେଳି ଯାଇଛି। ଅଞ୍ଚଳବାସୀ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି। ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଦୂର୍ବାଦଲ ଭୋଇ ଓ ସମ୍ପାଦକ ମିଳନ କୁମାର ଭୋଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବାଲେଶ୍ବର ସାଂସଦଙ୍କ ଦ୍ବାରା ରକ୍ତଦାନ ଶିବିର ଉଦ୍ ଘାଟନ ବୃକ୍ଷରୋପଣ ମାନପତ୍ର ପ୍ରଦାନ

Sunil Chandra Nayak

ତଲାଗାଁ ଠାରେ ମା କାଳି ବାହୁଡ଼ି ଙ୍କ ପଣାଢଳା ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଗାଁ କଲ୍ୟାଣ ସମିତି ରୁ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ 

Sunil Chandra Nayak

Leave a Comment

error: Content is protected !!