ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

ପାପଡାହାଣ୍ଡି 6/2, ମନିସ — ମଙ୍ଗଳବାର ଅପରାହ୍ନରେ ପାପଡାହାଣ୍ଡି ବ୍ଲକର ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ତଥା ପୂର୍ବତନ ବ୍ଲକ ଖବରଦାତା ତଥା ସମାଜସେବୀ ଜଟାବାଲ ବାସିନ୍ଦା ସେଖ ଇକବାଲ (ଇକୁ ) ଙ୍କ ଦେହାନ୍ତ ହୋଇଯାଇଛି | ସେ ଜଣେ ପରପୋକାରି , ମେଳାପୀ ଏବଂ ଧର୍ମନିରପେକ୍ଷ ଯୁବକ ଭାବେ ପାପଡାହାଣ୍ଡି ବ୍ଲକରେ ପରିଚିତ ଥିଲେ | ଜଣେ ମୁସଲମାନ ସମ୍ପରଦାୟ ହୋଇବି ପ୍ରତ୍ୟେକ ହିନ୍ଦୁ ପର୍ବ ପର୍ବାଣି ରେ ସେ ଆଗଭର ହୋଇ କାର୍ଯ୍ୟ ସମ୍ପନ୍ନ କରୁଥିଲେ | ଗଣେଶ ପୂଜା, ଗ୍ରାମ ଠାକୁରାଣୀ ଯାତ୍ରା ଆଦିରେ ସେ ସଭାପତି ହୋଇ କାର୍ଯ୍ୟ ତୁଲାଉଥିଲେ | ଏ ଅଂଚଳ ରେ ଯେଉଁ ବ୍ୟକ୍ତି ଙ୍କୁ ରକ୍ତ ଦରକାର ସଙ୍ଗେ ସଙ୍ଗେ ଯାଇ ପହଞ୍ଚିଯାଉଥିଲେ | ବିଗତ କିଛି ଦିନ ହେଲା ସେ ଜଣ୍ଡିସରେ ରୋଗାଗ୍ରସ୍ତ ହୋଇପଡ଼ିଥିଲେ | ଅନେକ ଡାକ୍ତରଖାନା ରେ ତାଙ୍କର ଉପଚାର କଲାପରେ ମଧ୍ୟ କିଛି ସୁଫଳ ମିଳିନଥିଲା ବୋଲି ତାଙ୍କ ବଡଭାଇ ସେକ ଫାରୁଖ ସୂଚନା ଦେଇଛନ୍ତି | ଆଜି ସକାଳୁ ତାଙ୍କ ଦେହ ବିଗିଡ଼ିବାରୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବା ସମୟରେ ତାଙ୍କ ବାଟରେ ଦେହାନ୍ତ ହୋଇଯାଇଥିଲା | ଏହି ସକ ଖବର ପ୍ରଚାର ହେବା ପରେ ଏ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି | ଅନେକ ଆଗଧାଡିର ବିଜେଡି ନେତୃମଣ୍ଡଳ ତାଙ୍କୁ ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ସମ୍ପନ୍ନ ପରିବାର କୁ ସମବେଦନା ଜଣାଇଛନ୍ତି | ତାଙ୍କ ମର ଶରୀରକୁ ସ୍ଥାନୀୟ କବରୀସ୍ତାନ ରେ କବର ଦିଆଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ୨୦୨୬ 

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର

Sunil Chandra Nayak

Leave a Comment

error: Content is protected !!