ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଧା ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ ଘଣା ରେ ମାଲିକ ଅଭିଯୋଗ ପରେ ରାତି ଅଧିଆ ପମ୍ପ ଦୋକାନ ସିଲ୍

ସାଧା ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ତେଲ କହି ହରଡ ଘଣା ରେ ମାଲିକ ଅଭିଯୋଗ ପରେ ରାତି ଅଧିଆ ପମ୍ପ ଦୋକାନ ସିଲ୍

ନର୍ଲା /ମସିହା (ଦିପକ ଠାକୁର) ନର୍ଲା କଲେଜ ଛକ ଠାରେ ଥିବା ରୋହିତ KSK ପେଟ୍ରୋଲ ପମ୍ପ ଠାରେ ସାଧାରଣ ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ତେଲ ଦେଇ ଦର ଠାରୁ ଅଧିକା ଦାମ୍ ରେ ବିକ୍ରି କରୁଥିବା ଅଭିଯୋଗ ହେଳା ପରେ କୌଣସି ସୂତ୍ରରୁ ଖବର ପାଇବାହାରୁ ବିଭାଗୀୟ ଅଧିକାରୀ ମାନେ ଆସି ରାତି ଅଧିଆ ପେଟ୍ରୋଲ ଯାଞ୍ଚ୍ କରିଥିଲେ ଓ ସତ୍ୟା ସତ୍ୟ ଜାଣିବା ପରେ ଉକ୍ତ KSK ପେଟ୍ରୋଲ ଟ୍ୟାଙ୍କ କୁ ସିଲ୍ କରିଥିବା ସୁଚନା ମିଳିଛି। ପ୍ରକାଶ ଥାଉକିଯେ ଗତ ୩ ତାରିଖରୁ KSK ପେଟ୍ରୋଲ ପମ୍ପ ବନ୍ଦ ଥିବା ବେଳେ ଅନ୍ୟତ୍ର ପେଟ୍ରୋଲ ଟାଙ୍କିରୁ ବିନା ବିଲ୍ ରେ ପେଟ୍ରୋଲ ଆଣି ଦରଠାରୁ ଅଧିକ ଦାମ୍ ରେ ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିକ୍ରୀ କରୁଥିବା ଜଣା ପଡ଼ିଛି। ଏଥି ପୂର୍ବରୁ ଜନ ସାଧାରଣ ଙ୍କୁ ଭୁଆଁ ବୁଲାଇ ସାଧା ପେଟ୍ରୋଲ କୁ ୧ଲିଟର ପିଛା ୧୦୪ ଟଙ୍କା ଥିବା ବେଳେ ସେହି ସାଧା ପେଟ୍ରୋଲ କୁ ଏକ୍ସଟ୍ରା ପ୍ରିମିୟମ ବୋଳି ଗ୍ରାହକ ଙ୍କ ଠାରୁ ୧୧୪ଟଙ୍କା ରେ ବିକ୍ରୀ କରି ଥିବା ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ଆନୁମାନିକ ଅନୁଯାୟୀ ସାଧା ପେଟ୍ରୋଲ ଏକ୍ସଟ୍ରା ପ୍ରିମିୟମ ତେଲ ଭିତରେ ୭ଟଙ୍କା ର ଫରକ୍ ହେଇଥିବା ବେଳେ କେବେଠୁ ଏହି ଟାଙ୍କି ରେ ଏଭଳି ଠକେଇ ଚାଳିଛି ତାହା ଜଣାପଡୁ ନଥିବା ବେଳେ ଲକ୍ଷ ଟଙ୍କା ର ଠକେଇ ହୋଇଥିବା ଜଣା ପଡ଼ିଛି। ତେଣେ ଜନସାଧାରଣ ଠକେଇ ର ଶିକାର ହୋଇଥିବା ବେଳେ SKS ପେଟ୍ରୋଲ ପମ୍ପ ମାଲିକ ଲୁଟି ମାଲେ ମାଲ୍ ହେଉଥିବା ଜଣାପଡ଼ିଛି। ଏହାର ଉଚିତ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନର୍ଲା ବୁଦ୍ଧଜୀବୀ ମହଲରେ ଦାବୀ ହେଉଛି।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଆଇପିଏଲ୍ ବେଟିଂ ରାକେଟର ପର୍ଦ୍ଦାଫାସ : ୨ ଅଭିଯୁକ୍ତଙ୍କ ଗିରଫ୍, ୪ ଲକ୍ଷ ନଗଦ ଟଙ୍କା, କାର୍ ଏବଂ ବ୍ୟାଙ୍କ ପାସବୁକ୍ ଜବତ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

Sunil Chandra Nayak

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

Sunil Chandra Nayak

Leave a Comment

error: Content is protected !!