ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ନିର୍ବାଚନ – ୨୦୨୪ : ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

ସାଧାରଣ ନିର୍ବାଚନ – ୨୦୨୪ : ଜିଲ୍ଲାପାଳଙ୍କ ଦ୍ଵାରା ପୂର୍ବ ପ୍ରସ୍ତୁତି ସମୀକ୍ଷା ବୈଠକ

ଭବାନୀପାଟଣା ତା: ୦୯.୦୨.୨୦୨୪ :- ଗତ ତା: ୦୮.୦୨ ୨୦୨୪ ରିଖ ଦିନ ସ୍ଥାନୀୟ ଓସୱାନ ହଲ ଠାରେ ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଆଗାମୀ ସାଧାରଣ ନିର୍ବାଚନ – 2024 ପାଇଁ ଜିଲ୍ଲାରେ ନିର୍ବାଚନ ନିୟୋଜିତ ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି । ଓସୱାନ ହଲ ରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ତଥା ତ୍ରିଲୋଚନ ପାତ୍ର , ସି ଡି ଓ , ଜିଲ୍ଲାପରିଷଦ ମଧୁଛନ୍ଦା ସାହୁ,ଉପଜିଲ୍ଲାପାଳ, ଭବାନୀପାଟଣା ଡଃ ବିଶ୍ଵଜିତ ଦାସ, ଡି ଆଇ ଓ , ଏନ୍ ଆଇ ସି ସୁଜିତ୍ ବିଶ୍ଵାଳ, ସି ଏସ ଓ ପବିତ୍ର ସାହୁ, ଆର୍ ଟି ଓ ଗତିକୃଷ୍ନ ସାମନ୍ତରାୟ , ଡି ଆଇ ପି ଆର୍ ଓ ମନୋଜ ବେହେରା, ଟି ଓ ପ୍ରଜ୍ଞା ପରମିତା ନାୟକ , ତହସିଲଦାର କଳାହାଣ୍ଡି ସୁଭସ୍ମିତା ମିଶ୍ର,ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସ, ଡେପୁଟି କଲେକ୍ଟର (ରେଭିନ୍ୟୁ) ଚିନ୍ମୟ କୁମାର ନାୟକ,ଡେପୁଟି କଲେକ୍ଟର( ନିର୍ବାଚନ) ଚନ୍ଦ୍ରଦାସ ମହାନନ୍ଦିଆ , ସ୍ମଲ୍ ସେଭିଂ ଅଫିସର ବିବେକାନନ୍ଦ ମହାନନ୍ଦ , ଆସିଷ୍ଟାଣ୍ଟ କଲେକ୍ଟର ମମତା ଦାସ, ଡେପୁଟି କଲେକ୍ଟର ବିକାଶ ରଞ୍ଜନ ଶବର ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ସହ ଓସୱାନ ଆଭାସି ରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ୍ ଚକମା ,ସମସ୍ତ ବି ଡି ଓ , ଏ ଆର୍ ଓ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତ ପୋଲିଂ ବୁଥରେ ପିଇବା ପାଣି, ଶୌଚ।ଳୟ , ବିଦ୍ୟୁତ , ଦିବ୍ୟାଙ୍ଗ ମାନଙ୍କ ପାଇଁ ବ୍ୟବସ୍ଥା , ଆସବାବ ପତ୍ରର ବ୍ୟବସ୍ଥା, ସଂବେଦନଶୀଳ ଅଞ୍ଚଳ ମ୍ୟାପିଙ୍ଗ , ରୁଟଚାଟ ,, ନିର୍ବାଚନ ନିୟୋଜିତ ଅଧିକାରୀଙ୍କୁ ମାଷ୍ଟର ଟ୍ରେନର ଙ୍କ ଦ୍ଵାରା ତାଲିମ ପ୍ରଦାନ , ସ୍କୁଆଡ , ଫ୍ଲାଇଙ୍ଗ ସ୍କୁଆଡ, ଷ୍ଟ୍ରଙ୍ଗ ରୁମ , ନିର୍ବାଚନରେ ବ୍ୟବହୃତ ପାଇଁ ଗାଡି ବ୍ୟବସ୍ଥା ,ସେକ୍ଟର ଅଧିକାରୀ ଚୟନ ଓ କାର୍ଯ୍ୟଧାରା, ପୁଲିଙ୍ଗ ପାର୍ଟି ପ୍ରେରଣ , ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି ଗଠନ ଇତ୍ୟାଦି ଉପରେ ସବିଶେଷ ସମୀକ୍ଷା କରିଥିଲେ । ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି କୁ ସଫଳ ରୂପେ କାର୍ଯକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

ମହିଳା ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଉପଲକ୍ଷେ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବିକ ଅଧିକାର ଦିବସ କୁ ନେଇ ସଚେତନତା ଶିବିର 

masiha

Leave a Comment

error: Content is protected !!