ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସି ଗାଁ  ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

 ଦାସି ଗାଁ  ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ଜୁନାଗଡ଼,୯/୨(ନି.ପ୍ର)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରମୋଦିନି ପ୍ରହରାଜ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପ।ଧକ୍ଷ ପ୍ରମୋଦ ବେହେରା ,  ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟ ଗୁରୁ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ  ,ନ।ଏ ବ ସରପଞ୍ଚ କବିତା ପ୍ରହରାଜ , ବି ଏ ସ ଏ ସ ଓ ତୁଷାର ରଞ୍ଜନ ସାହୁ ,କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଳିକ , ପିଇଓ ଗଜାନନ ନ।ଏକ , ବିଧାୟକ ପ୍ରତିନିଧି ମହେଶ ସାହୁ,ସମାଜସେବୀ ପ୍ରକାଶ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ । ।ଏହି କାର୍ଯ୍ୟକ୍ରମ ରେ  ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କରଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନି କୁନି କଳାକାରଙ୍କ ଦ୍ବାରା ରସ ଜାମୁଡାଳି ଗୀତରେ  ଓ ନାଚରେ ଦର୍ଶକ ଝୁମିଥିଲେ ।ଏହି କାର୍ଯ୍ୟକ୍ରମ ରେ  କୋରାପୁଟ ଜୟପୁର ର  ତାରା ତାରଣୀ ଏବଂ ନାଇଟ କୁଇନ ମେଲୋଡି  ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା ।ଏପରିକି ପିଲା ଠାରୁ ମହିଳା ଏବଂ ବୃଦ୍ଧ  ବୃଦ୍ଧା ମାନେ ମଧ୍ୟ ନାଚି ଉଠିଥିଲେ । ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଲିଙ୍ଗରାଜ ମିଶ୍ର ପରିଚାଳନା କରିଥିବାବେଳେ ଜିଆର ଏ ସ ବିରେନ୍ଦ୍ର ନ।ଏକ ,ଯୋଗାଣ ସହାୟକ ଡବଲ କିଶୋର ନିଆଲ ,ଭୁବନ ପରାହଜ ,ସୟମ୍ବର ବାଗ ,ହେମନ୍ତ ଜୁ ଏ ଡ଼   ତଥା ପଞ୍ଚାୟତ ର ସମସ୍ତ କର୍ମ କର୍ତ୍ତା ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ ।ଧନ୍ୟବାଦ ଦେଇଥିଲେ ପିଇଓ ଗଜାନନ ନାଏକ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ ପୂର୍ବଛାତ୍ର ଏକତ୍ରୀକରଣ ଉତ୍ସବ ଉଦ୍‌ଯାପିତ

Sunil Chandra Nayak

ପୁଣିଥରେ ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

Sunil Chandra Nayak

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

masiha

Leave a Comment

error: Content is protected !!