ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଜ୍ଞାନ ମାନ ସ୍ଥାନ

ଜ୍ଞାନ ମାନ ସ୍ଥାନ 

 

ସୁଜାତା ରାଣୀ ଶତପଥୀ

 

ଜ୍ଞାନ ମାନ ସ୍ଥାନ ଯୋଗ୍ୟତା ସମ୍ମାନ

      ବଢାଇବ ସୌନ୍ଦର୍ଯ୍ୟତା

ନିକଟେ ନ ରହି ପରୋପକାରରେ

      ହୋଇଲେ ଉପକାରିତା l

 

 ପ୍ରଭୁ ସୃଷ୍ଟିକର୍ତ୍ତା ଦେଲେ ସେହି ବାର୍ତ୍ତା

       ଲଗାଇବି ମୁଁ କର୍ମରେ

ଅଭାବରେ ଆପେ ଜୀବନଧାରଣେ

       ଲାଗୁଥିବ ସାହାଯ୍ୟରେ l

 

ଜ୍ଞାନ ସଂଚରଣେ ପ୍ରଶସ୍ତିକରଣେ

    ଗତିଜରେ ଲମ୍ବା ରାସ୍ତା

ଅମର ଅସ୍ତିତ୍ୱେ ଅନବରତରେ

     ପଥେ ନ ହେବ ହୀନସ୍ତା l

 

ଅମୀୟ ସମାନ ସମ୍ମାନ ଜୀବନ

      ସଂସାରେ ହୁଏ ସାର୍ଥକ

ବୈଶିଷ୍ଟ୍ୟ ନ ଥିଲେ ମାନବିକତାରେ

      ଓଜନେ ନୁହେଁ ଅଧିକ l

 

ଗୁଣ ଗୁଣିତକେ ବହୁ ଗୁଣ ହେଲେ

       ବଂଶଧାରା ଉଜ୍ଜ୍ୱଳିତ

ପ୍ରମୁଖ ଗୁଣର ନାମ ବିବେଚିତେ

       ସୁଲଭିତ ଭବିଷ୍ୟତ l

 

ଧନ ପ୍ରତୀକ୍ଷାରେ ସମ୍ମାନ ନ ରହି

     ଆସେ କର୍ମ ଭାଗ୍ୟ ସାଥେ

ସମ୍ମାନ ଆସିବା ପରେ ପହଞ୍ଚିବ

       ସମ୍ମାନର ପଥେ ପଥେ l

 

କର୍ମ ଧର୍ମ ଚିନ୍ତା କରିବ ଅହନ୍ତା

  ଅସତ୍ୟର ମାର୍ଗେ ଗଲେ

ଶ୍ରମ ସହ କର୍ମ ବିବେକ ପାଳନେ

      ସତପଥେ ଗମନ କଲେ l

ଶିକ୍ଷୟିତ୍ରୀ

ଦିଗପହଣ୍ଡି

ଗଞ୍ଜାମ

Related posts

ଫେଲ ମାରୁଛି ଡ଼୍ରେନେଜ ବ୍ୟବସ୍ଥା, ରାସ୍ତା ଉପରେ ଡ଼୍ରେନ ପାଣି

Sunil Chandra Nayak

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଘଟଣା , କ୍ଷମା ପ୍ରାର୍ଥନା ପରେ ମାମଲା ପ୍ରତ୍ୟାହାର

Sunil Chandra Nayak

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କଲ୍ୟାଣୀ ରାୟ ମହାବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!