ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଖରାପ ରାସ୍ତା

ଖରାପ ରାସ୍ତା

 

ତୃପ୍ତି ରାଣୀ ପାତ୍ର

 

ଜୀବନର ପଥ ପ୍ରଶସ୍ତ ବିସ୍ତୃତ 

ଲମ୍ବିଛି କେତେ ଯେ ଦୂର

ଦୂର ଦିଗ୍ ବଳୟରୁ ସ୍ୱପ୍ନାୟିତ 

ବିବେକେ ସୁକର୍ମ କର ।

 

ପ୍ରଶାନ୍ତ ଚିତ୍ତରେ ଚାଲୁଥିଲେ ପଥ

 ପ୍ରାଣ ଲଭଇ ସୁଶାନ୍ତ 

ପ୍ରଶସ୍ତ ରାସ୍ତାର ଆସଇ ବିପଦ

ଦେହ ମନ କଣ୍ଟକିତ ।

 

ସଂକୀର୍ଣ୍ଣ ରାସ୍ତାରେ ଥାଏ ଖାଲଢିପ

ନଥାଏ ଯେ କିଛି ଦୁଃଖ 

କଷ୍ଟେ ଚାଲୁଥିଲେ ସତ୍ପଥରେ ନିତ୍ୟ 

ଆତ୍ମା ଲଭେ ସ୍ୱର୍ଗ ସୁଖ ।

 

ଖରାପ ରାସ୍ତାରେ ବନ୍ଧୁ ଯେ ଅନେକ 

ଆହ୍ୱାନ କରନ୍ତି ଆସ 

ଉତ୍ସାହ ମଧ୍ୟରେ ଘେରେ ତାମସିକ 

ଲଭିବାକୁ ପ୍ରୀତି ରସ ।

 

ସର୍ବ ଯୁବପିଢି ଜ୍ଞାନ ଆହରଣେ

ଦିଶୁଥାନ୍ତି ଶାନ୍ତଶିଷ୍ଟ

ନିଶାଦ୍ରବ୍ୟେ ହଜି କାମାନଳେ ଯେହ୍ନେ 

ହେଉଛନ୍ତି ପଥଭ୍ରଷ୍ଟ ।

 

ଖରାପ ରାସ୍ତାରେ ଅଗ୍ରସର ହେଲେ

ଫେରିବାକୁ ଲାଗେ କଷ୍ଟ

ଦୂର୍ଜନ ସଙ୍ଗତେ ଅନ୍ତରଙ୍ଗ କଲେ 

ଜୀବନ ଦୁଃଖେ ପୂରିତ ।

 

ବିଭୁଙ୍କୁ ସୁମରି ସୁସଙ୍ଗ ଆଦରି 

ପିତାମାତା ଆଜ୍ଞା ମାନି

ଚାଲୁଥିଲେ ପଥ ସୁଯଶ ସୁଖ୍ୟାତି 

ଝରେ ସୁଧା ସଞିବନୀ ।

ସହଦେବଖୁଣ୍ଟା ,ବାଲେଶ୍ଵର ।

Related posts

ସହିଦ୍ ନୁଦୁରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟର ସ୍ମରଣିକା ପ୍ରସ୍ତୁତି ବୈଠକ

Sunil Chandra Nayak

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!