ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁରାଳ ସମାଜର ସାଧାରଣ ସଭା 

କୁରାଳ ସମାଜର ସାଧାରଣ ସଭା 

ନର୍ଲା(ମନିସ) କୁରାଳ ସମାଜର ସାଧାରଣ ସଭା ନର୍ଲା ବ୍ଳକ ଅନ୍ତର୍ଗତ ବିଲାଟ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ‌। ବ୍ଳକ ସଭାପତି ଗଙ୍ଗାଧର ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି କେଦାରନାଥ ରଣା, ସମ୍ମାନିତ ଅତିଥି ଜିଲ୍ଲା ସଂପାଦକ ବୀର କିଶୋର ରଣା ଉପସ୍ଥିତ ଥିଲେ। ସମାଜର ସଂଗଠନ ସମ୍ପର୍କରେ ବିଭିନ୍ନ ଆଲୋଚନା ହେବା ସହ ସାମାଜିକ, ରାଜନୈତିକ ଓ ଆର୍ଥିକ ପ୍ରଗତିରେ ସମାଜର ସଂପର୍କରେ ଅନେକ ସଦସ୍ୟ ସେମାନଙ୍କ ମତ ଦେଇଥିଲେ। ନର୍ଲା ବ୍ଳକ କମିଟିର କାର୍ଯ୍ୟକାଳ ପୂରଣ ହୋଇ ସାରିଥିବାରୁ ଏହାର ପୁନର୍ଗଠନ ପାଇଁ ପ୍ରସ୍ତାବ ହୋଇଥିଲା ଓ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଗଙ୍ଗାଧର ରଣାଙ୍କୁ ପୁନର୍ବାର ଦାୟିତ୍ଵ ଦିଆଯିବ ସହ ଉପ ସଭାପତି ଭାବେ ପୁରନ୍ଦର ରଣା, ଡମ୍ବରୁଧର ରଣା, ଚତୁର୍ଭୁଜ ରଣା ସ୍ଥାନ ପାଇଥିଲେ। ସଂପାଦକ ପିତବାସ ରଣା,ସହ ସଂପାଦକ ରୂପେ ପୀତାମ୍ବର ରଣା, କୋଷାଧ୍ୟକ୍ଷ ଦେବାନନ୍ଦ ରଣା,ଯୁବ ସଭାପତି କୈ।ରବ ରଣା, ଯୁବ ସଂପାଦକ ଚିତ୍ତ ରଞ୍ଜନ ରଣା, ମହିଳା ସଭାନେତ୍ରୀ ଦୈ।ପଦୀ ରଣା, ମହିଳା ସଂପାଦିକା ଭାବେ ଜାହ୍ନବୀ ରଣା ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ନୂତନ କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ସଂପାଦକ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମକୁ ନର୍ଲା ବ୍ଲକର ପୂର୍ବତନ ସଂପାଦକ ଯୁଗଳ କିଶୋର ରଣା ପରିଚାଳନା କରିଥିଲେ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

Youth Social Mr.Bubun Pradhan received International Educational Award.

masiha

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

masiha

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

masiha

Leave a Comment

error: Content is protected !!