ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଭୁଲିବିନି ତୁମକୁ

ଭୁଲିବିନି ତୁମକୁ

 

ସହଦେବ ପରିଡ଼ା

 

କିପରି ଭୁଲିବି କୁହ

ତୁମେ ମୋ ଜନ୍ମ ଦାତ୍ରି

ତୁମରି ପାଇଁ ଦେଖି ଲି

ଏ ସୁନ୍ଦର ଦୁନିଆକୁ ।

ତୋରି ପଣତ ଧରି

ଶିଖିଛି ମୁଁ ଚାଲି

ତୋର ଇସରାରେ

ସଭିଙ୍କୁ ଚିହ୍ନଗଲି ।

ତୋହରି କୋଳରେ

ଶୋଇଲି ଆନନ୍ଦେ

ମହାପ୍ରଭୁଙ୍କ ର ନାମ

ଶୁଣିଛି ତୋ ତୁଣ୍ଡେ ।

ମହାପୁରୁଷଙ୍କ କଥା 

ଶୁଣାଇଛୁ ମୋତେ

ଭଲମଣିଷ ହେଵାକୁ

ଶିକ୍ଷା ଦେଲୁ ଯେତେ ।

ଅଳି କଲେ ଗେଲ କରି

ଵୁଝାଇ ତୁ ଦେଉ

ବାପାଙ୍କ ଠାରୁ ମୋ ପାଇଁ

ଗାଳି ତୁହି ସହୁ ।

ସଦା ବେଳେ ମୋହ ପାଇଁ

ଠାକୁର ଙ୍କୁ ଡାକୁ

ଭଲ ମଣିଷ ହଜଵା ଲାଗି

ଦିଅ ଦେବତାଙ୍କୁ ପୂଜୁ ।

ନିଜେ ନଖାଇ ମୋତେ

ପେଟ ପୁରା ତୁ ଖୁଆଉ

ଦେହ ଅସୁସ୍ଥ ହୋଇଲେ

ଠାକୁରଙ୍କ ପାଖେ ମାନସିକ କରୁ ।

ମୋର ସୁଖରେ ତୁ ହସୁ

ଦୁଖଦ ସମୟେ ମା ଗୋ

ଧୈର୍ଯ୍ୟ ଦମ୍ଭ ଦେଇ ତୁମେ

ମୁହେଁ ହସ ତୁ ଫୁଟାଊ।

ତୁହି ମୋ ଆଶା ଭରଷା

ତୁମେ ମୋର ଶକ୍ତି

ତୋର ପୂଜା କରୁ ଥିଵି

କି ଦିବସ ରାତି ।

କୋଷାଗୁମୁଡା,ନବରଙ୍ଗପୁର

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ବିସ୍ମୟ ଜାଗେ ମନେ 

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

Leave a Comment

error: Content is protected !!