ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷା ପୂର୍ବରୁ ନବମ ଶ୍ରେଣୀ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ସଫଳତାର ଶୁଭେଚ୍ଛା ଜଣାଇବା ସହ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ, ଆଶିଷ କୁମାର ପଟେଲ, ନିରଞ୍ଜନ ନିଆଲ,ବବୃ ବାହାନ ଛାତ୍ରିଆ, ଡମ୍ବରୁ ଧର ନାଏକ, ସରୋଜ କୁମାର ସାହୁ, ମାମିନା ଚୌଧୁରୀ, ରେଣୁକା ସାହୁ, ସ୍ମୃତି ମୟୀ ଦୁର୍ଗା, ମାନସ ରଞ୍ଜନ ମେହେର, ଶିଵ ଶବର, କରୁଣାକର କୁଆର, ମୁକେଶ ମେହେର, ନିରୋଜ ବିଶ୍ୱାଳ, ରଞ୍ଜନ ନାଏକ, ଶୁଭାସିନି ଦାସ, ସୁଶୀଲ କୁମାର ସାହୁ, ଶିତାରାମ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ଧରି ସ୍କୁଲରେ ପାଠ ପଢିବା, ସହପାଠୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ଠାରୁ ପାଇଥିବା ସ୍ନେହ ଶ୍ରଦ୍ଧା ଭଲ ପାଇବାକୁ ମନେ ପକାଇ ଛାତ୍ରଛାତ୍ରୀ ମାନେ କୋହ ସମ୍ଭାଳି ନପାରି ନିଜ ସ୍କୁଲରୁ ବିଦାୟ ବେଳାରେ ଅଶ୍ରୁଳ ନୟନରେ ବିଦାୟ ନେଇଥିଲେ। କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ନାଏକ, ବିରଞ୍ଚି ସାହୁ, ସନ୍ତୋଷ ବେଶ୍ରା ସହଯୋଗ କରିଥିବା ବେଳେ ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

masiha

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

Sunil Chandra Nayak

ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଓ “ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ” ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

Leave a Comment

error: Content is protected !!