ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ

ଆଲୋକ ପାଣିଗ୍ରାହୀ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ମନୋନୀତ

ପାଟଣାଗଡ,୧୭/୨- ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ ବିଜ୍ଞପ୍ତି ଜରିଆରେ ଆଲୋକ କୁମାର ପାଣିଗ୍ରାହୀ (ରିଙ୍କୁ) ଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ ମନୋନୀତ କରାଯାଇଛି । ପୂର୍ବରୁ ଶ୍ରୀ ପାଣିଗ୍ରାହୀ ପାଟଣାଗଡ ବ୍ଲକର ଦୁଇଥର ବ୍ଲକ ସଭାପତି ଭାବେ ଦାୟୀତ୍ୱ ନିର୍ବାହ କରିଛନ୍ତି । ଆଜି ରାଜ୍ୟ ସଂପାଦକ ଭାବେ ମନୋନୀତ ହେଲା ପରେ ତାଙ୍କ ଦକ୍ଷତା କୁ ବିଶ୍ୱାସ କରି ମାନ୍ୟବର ମୂଖ୍ୟମନ୍ତ୍ରୀ ଏହି ଦାୟୀତ୍ୱ ଦେଇଥିବାରୁ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଫାଇଭ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପାଣିଗ୍ରାହୀ ଏହି ପଦବୀ ପାଇଲା ପରେ ତାଙ୍କୁ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କର୍ମୀ ଏବଂ ଜନସାଧାରଣଙ୍କ ତରଫରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପାଟଣାଗଡ଼ ରେ ସ୍ୱଧିନ ପ୍ରାଥୀ ଭାବେ ନାମାଙ୍କନ ଦାଖଲ କଲେ ଶ୍ରୀ ସୌରୀ କୁମାର ସାହୁ 

masiha

ବିଜେପି ଶାସନରେ ପ୍ରଶ୍ନ ପତ୍ର ଲିକ କୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ରତିବାଦ 

Sunil Chandra Nayak

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

masiha

Leave a Comment

error: Content is protected !!