ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଖୁ ଚାଷୀଙ୍କ ଆତ୍ମହତ୍ୟା

ନୂଆପଡା ଜିଲା ଖଡିଆଳ ଥାନା ଅନ୍ତର୍ଗତ ଚନାବେଡା ଗାଁରେ ଆଜି ଜଣେ ଆଖୁ ଚାଷି ନିଜର ଆଖୁ କିଆରି ରେ ଥିବା କୂଅରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ଆଖୁ ଚାଷି ଜଣକ ହେଲେ ଚନାବେଡା ଗାଁର କବିରାଜ ବେହେରା । ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଖଡିଆଳ ଉପ ଖଣ୍ଡ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି । ହେଲେ ଆତ୍ମହତ୍ୟା କରିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏବେ ମୃତ ଆଖୁ ଚାଷି କବିରାଜଙ୍କ ପତ୍ନି କେସିନୀ ବେହେରାଙ୍କ ସମେତ ତାଙ୍କ ଦୁଇପୁଅ ଓ ଦୁଇ ଝିଅ ଅଛନ୍ତି । ଏଣୁକରି ମୃତ ଆଖୁଚାଷିଙ୍କ ପରିବାର ଲୋକଙ୍କୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗେଇ ଦେବାକୁ ଚନାବେଡା ଗ୍ରାମବାସି ଦାବି କରିଛନ୍ତି ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପାଧ୍ୟାକ୍ଷଙ୍କୁ ବ୍ଲକ ପ୍ରଶାସନର ସ୍ବାଗତ

Sunil Chandra Nayak

କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ ‘ଆମେ ଦିଵ୍ଯାଙ୍ଗ ନୁହଁ,ଆମେ ସବଳ’ନେଇ କର୍ମଶାଳା

Sunil Chandra Nayak

ଦଶପୁରଯୋନ ଡମ୍ବସମାଜ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!