ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

ପାପଡାହାଣ୍ଡି,19/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ ଶିକ୍ଷା ଅଧିକାରୀ ସୌମେନ୍ଦ୍ର ଭମିକ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ, ବାଲକ ଦାସ ରନ୍ଧାରି, ପୂର୍ଣ୍ଣ ଚଂଦ୍ର ପୂଜାରୀ ଉପସ୍ଥିତରେ ଅଠରଟି ଆଂଚଳିକ ସାଧନ କେନ୍ଦ୍ର ରୁ ଅଠର ଜଣ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗଦାନ କରିଥିଲେ। ଶିକ୍ଷା ବିଭାଗର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ପରିଚାଳନା, ମଧ୍ୟାହ୍ନ ଭୋଜନ,ନବମ ଓ ଦଶମ ଶ୍ରେଣୀ ର ପିଲାମାନଙ୍କୁ ଛାତ୍ର ବୃତ୍ତି, ମୌଳିକ ଭାଷା ଓ ସଂଖ୍ୟା କାର୍ଯ୍ୟକ୍ରମ ଵାଵଦରେ ଆଲୋଚନା ହୋଇଥିଲା। ବୈଠକରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଭେଙ୍କେଟ ରାଜୁ, ମନୋଜ ମାଝୀ, ଧରଣୀ କର୍ମଲା, ଡମ୍ବରୁ ନାୟକ, ଵାଵୁଲାଲ ହରିଜନ ସହ ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗଦାନ କରିଥିଲେ।ଶେଷରେ ସୁଦର୍ଶନ ନାୟକ ସାର ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରି ବୈଠକ ସମାପ୍ତ ଘୋଷଣା କରିଥିଲେ।

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସେଲ୍ଫି ନେବାବେଳେ ଜଳପ୍ରପାତ ରେ ଯୁବକ ବୁଡି ନିଖୋଜ,ଉଦ୍ଧାର କାର୍ଯ୍ୟ ଜାରି

masiha

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜାଗ ଭୋଟର ଜାଗ 

masiha

Leave a Comment

error: Content is protected !!