ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

ବାଲେଶ୍ଵର,୨୦/୦୨/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ତା ୧୮/୦୨/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ହେ ସମ୍ଭ୍ରାନ୍ତ ଘରର ପୁଅ “। ଏଥିରେ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ନର୍ମଦା ନାୟକ, ରାଉରକେଲା, ସୁନ୍ଦରଗଡ (୩) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୪) ଶାରଙ୍ଗଧର ସାହୁ (୫) ମମତା ବେହୁରା, କଟକ (୬) ସୁଜାତା ସାହୁ, ପୁରୀ (୭) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧାର ସୁ କବୟିତ୍ରୀ ଓ ଲେଖିକା ରଶ୍ମିରେଖା ସାହୁ । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀ ପ୍ରଥମ, ତାନଶ୍ରୀ ପାଣିଗ୍ରାହୀ ଦ୍ବିତୀୟ ଓ ସୁଜାତା ପଣ୍ଡାଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୭ ଗୋଟି ଲେଖା ଆସିଥିଲା । ଏହି ୭ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଫଳାଫଳରେ କେହି ଭାଙ୍ଗି ନ ପଡି ଲେଖା ଜାରି ରଖନ୍ତୁ ନିଶ୍ଚୟ ଦିନେ ନା ଦିନେ ଆପଣଙ୍କ ଲେଖା ସ୍ଥାନ ପାଇବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

ରାୟଗଡ଼ ରେ ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ ପାଳିତ “ଖେଲେଗା ଭାରତ, ଜିତେଗା ଭାରତ” ବାର୍ତ୍ତାରେ ଉତ୍ସବମୁଖର ଜିଲ୍ଲା

Sunil Chandra Nayak

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!