ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ବାଲେଶ୍ଵର,୨୧/୦୨/୨୪- ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ନିକଟସ୍ଥ ବାଲିଆ ଶିଶୁ ବିଦ୍ୟା ମନ୍ଦିର ପରିସରରେ ତା ୨୧/୦୨/୨୪ ରିଖ ବୁଧବାର ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରମୁଖା ନୀଳିମା ଦେ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଆଚାର୍ଯ୍ୟା ସୁନିତା ମାଈତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ମାତୃଭାଷା ପ୍ରମୁଖ ଡଃ ତାନଶ୍ରୀ ପାଣିଗ୍ରାହୀ ମାତୃଭାଷା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟଅତିଥି ଭାବେ ପରିଚାଳନା ସମିତିର ମୁଖ୍ୟ ଉପଦେଷ୍ଟା ଡ. ଉପେନ୍ଦ୍ର ନାଥ ପାତ୍ର ଯୋଗଦେଇ ମାତୃଭାଷା ଗୋଟିଏ ଜାତି ପାଇଁ ପରିଚୟ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ସୁଲିଖନ, ବକୃତା, ଏକକ ଅଭିନୟ, ଆଶୁ ଭାଷଣ ଏବଂ ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ବିଜୟଲକ୍ଷ୍ମୀ ପରିଚାଳନା କରିଥିଲେ । ଶେଷରେ ଗୁରୁମା ସବିତା ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ ଶିଶୁ ଭାଇଭଉଣୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ମଛାକୋଟ ରେ ସାନଖେମୁଣ୍ଡି ବିଧାୟକ ଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଏଚ ଡି ଏଫ ସି ବ୍ୟାଙ୍କ ସମେତ ବିଭିନ୍ନ ଉନ୍ନତି ମୂଳକ କାମ ପାଇଁ ନିର୍ମିତ ୬ ଟି କଠା ଗୃହ ଗୁଡ଼ିକ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା ଓ ବିଡ଼ିଓ ଙ୍କ ଦ୍ଵାରା ଉଦଘାଟିତ     

Leave a Comment

error: Content is protected !!