ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ମାତୃଭାଷା ଦିବସ ପାଳିତ

ବିଶ୍ବ ମାତୃଭାଷା ଦିବସ ପାଳିତ

ରାଉରକେଲା: ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ଓଡ଼ିଆରେ ସମସ୍ତେ ଆମ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ l ପରେ ପରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ପିଲାମାନେ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିଶ୍ଵ ମାତୃଭାଷା ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ କବିତା ଓ ଗଳ୍ପ ଲିଖନ ତଥା ବକ୍ତୃତା ପ୍ରତିଯୋଗିତା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଆଲୋଚନାଚକ୍ର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆୟୋଜନ କରାଯାଇଥିଲା। ପ୍ରାରମ୍ଭିକ ଅଭିଭାଷଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସହିତ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ମାନସ ରଞ୍ଜନ ମହାନ୍ତି, ପୁଷ୍ପା ତନ୍ତୀ, ନିରଞ୍ଜନ ପରିଡ଼ା, ମାତୃଭାଷାର ମହତ୍ତ୍ୱ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ ସହିତ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ବିଭିନ୍ନ ପରାମର୍ଶ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ।ଶେଷର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ପାର୍ବତୀ ବାରିକଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ ସହିତ ସଭା ସାଙ୍ଗ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶିକ୍ଷୟିତ୍ରୀ ଙ୍କୁ ବିଦାୟି କାଳିନ ସମ୍ବର୍ଦ୍ଧନା

Sunil Chandra Nayak

ସେରେଣ୍ଡା ପଞ୍ଚାୟତରେ ସ୍ୱଚ୍ଛତା ଅଭିଯାନ: ବାବା ଜଟେଶ୍ୱର ମନ୍ଦିର ପ୍ରାଗଣରେ ଆୟୋଜିତ ହେଲା ବୈଶିଷ୍ଟ୍ୟପୂର୍ଣ୍ଣ ପରିଚ୍ଛନ୍ନତା କାର୍ଯ୍ୟକ୍ରମ

Sunil Chandra Nayak

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!