ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ

ବାଲେଶ୍ଵର,୨୩/୦୨/୨୪- ଗତ ତା ୨୧/୦୨/୨୪ ରିଖ ଥିଲା ଆନ୍ତର୍ଜାତିକ ମାତୃଭାଷା ଦିବସ । ଏହି ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପକୁ ଆସିଥିବା କବିତା ଗୁଡିକୁ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦିଆଯାଇଥିଲା । ସେମାନଙ୍କ ମଧ୍ୟରେ (୧) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୨) ତାନଶ୍ରୀ ପାଣିଗ୍ରାହୀ, ବାଲେଶ୍ଵର (୩) ବାସନ୍ତୀ ଲତା ଜେନା, ନବରଙ୍ଗପୁର (୪) ରଶ୍ମିମୟୀ ପତି, ଭୁବନେଶ୍ୱର (୫) ଭାରତୀ ହୋତା, ଖରିଆର ରୋଡ, ନୂଆପଡା (୬) ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ, କେନ୍ଦ୍ରାପଡା (୭) ପ୍ରମୋଦିନୀ ପରିଚ୍ଛା, ରେମୁଣା, ବାଲେଶ୍ଵର (୮) ବୀଣାପାଣି ଦେବୀ, ବାଣପୁର, ଖୋର୍ଦ୍ଧା ଓ (୯) ଡ. ଚପଳା ପଣ୍ଡା, ଖୋର୍ଦ୍ଧା ପ୍ରମୁଖ ଥିଲେ । ସମସ୍ତଙ୍କ ଲେଖା ପ୍ରାୟ ଭଲ ଥିଲା । ସମସ୍ତଙ୍କ କବିତା ଗୁଡିକୁ ଅନୁଷ୍ଠାନର ସଭାପତି ତନ୍ନ ତନ୍ନ କରିଥିଲେ । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢୀ ପ୍ରଥମ, ଡ. ଚପଳା ପଣ୍ଡା ଦ୍ବିତୀୟ ଓ ବାସନ୍ତୀ ଲତା ତୃତୀୟ ସ୍ଥାନ ଅଧିକାର କରି ଭାଷାର ମହତ୍ତ୍ଵ ବୃଦ୍ଧି କରିଛନ୍ତି । ସେଥିପାଇଁ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ମଧ୍ୟ ସମ୍ପାଦକ ନିବେଦନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭାରତୀୟ ଇସ୍ପାତ ମଜଦୁର ମହାସଙ୍ଘ ର ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ 

Sunil Chandra Nayak

ସର୍ବୋଚ୍ଚ ନମ୍ବର ରଖି ଶ୍ରୁତୀ ପାଇଲେ ପ୍ରମିଳା ପଟ୍ଟନାୟକ ସ୍ମୁତି ସମ୍ମାନ 

masiha

ଆଲମଣ୍ଡା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!