ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଓ କର୍ମକର୍ତ୍ତା ଚୟନ 

ଡାବୁଗାଁରେ ଓଡିଶା ଡ୍ରାଇଭର ମହାସଂଘର ବୈଠକ ଓ କର୍ମକର୍ତ୍ତା ଚୟନ 

ଡାବୁଗାଁ, ୨୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଓଡିଶା ଡ୍ରାଇଭର ମହାସଂଘ ଡାବୁଗାଁ ଶାଖା ର ଏକ ବୈଠକ ସଂଘ ସଭାପତି ସନ୍ତୋଷ ଭତ୍ରା ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ସଭାପତି ଅକ୍ଷୟ ରାଓ, ସମ୍ମାନୀତ ଅତିଥି ଭାବେ ଅଜୟ ସିଂଦାର, ନବରଙ୍ଗପୁର ବ୍ଲକ ସମ୍ପାଦକ ମଧୁସୂଦନ ରାଓ, ତାପସ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଏହି ବୈଠକ ନିଶାମୁକ୍ତ ଡ୍ରାଇଭର ଗଠନ, ସଂଘର ବିବିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଶେଷରେ ଡାବୁଗାଁ ବ୍ଲକ ର ନୂତନ କମିଟି ଗଠନ କରଯାଇଥିଲା | ଏଥିରେ ସଭାପତି ଭାବେ ସନ୍ତୋଷ ଭତ୍ରା, ଉପସଭାପତି ପି. ଭୈରବ ରାଓ, ସମ୍ପାଦକ ପ୍ରଶାନ୍ତ ପଣ୍ଡା, ସହ ସମ୍ପାଦକ ତ୍ରିନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ଡମ୍ବରୁ ନାୟକ, ଉପଦେଷ୍ଟା ଉତ୍ତମ ପ୍ରଧାନ ଓ ବ୍ଲକ ର ୧୨ ଟି ପଞ୍ଚାୟତ ପାଇଁ ସଭାପତି ଙ୍କୁ ଚୟନ କରାଯାଇଥିଲା | ଏଥିରେ ଡାବୁଗାଁ ବ୍ଲକ ର ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଯୋଗଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗଛ ପଡି ଜାତୀୟ ରାଜପଥ ଅବରୋଧ

ପୋଡାଗଡ଼ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆସିଥିବା ଦୁଇ କୋଟି ପଞ୍ଚାନବେ ଲକ୍ଷ୍ୟ ଟଙ୍କା ଅନୁଦାନର ବିନିଯୋଗ ଫର୍ଦ ପ୍ରସ୍ତୁତି ବୈଠକ

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

masiha

Leave a Comment

error: Content is protected !!