ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ସ୍ବର୍ଗତ ଚକ୍ରଧର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ସଭା

ସମାଜସେବୀ ସ୍ବର୍ଗତ ଚକ୍ରଧର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ସଭା

ବସ୍ତା,25/02: ବସ୍ତା ବ୍ଲକ ନାଇକୁଡି ପଞ୍ଚାୟତ ଅନ୍ତର୍ଗତ ସିମୁଳିପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଚକ୍ରଧର ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଶ୍ରଦ୍ଧାଞ୍ଜଳୀ ସଭା ରେ ବିଜୁ ମହିଳା ଜନତା ଦଳ ର ରାଜ୍ଯ କାର୍ଯ୍ଯକାରୀ ସଭାପତି ତଥା ରେବତୀ ପତ୍ରିକା ର ସମ୍ପାଦିକା ସୁବାସିନୀ ଜେନା ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସ୍ବର୍ଗତ ଦାସ ଙ୍କ ଉଦ୍ଯେଶରେ ସ୍ମୃତି ଚାରଣ କରିଥିଲେ, ଅନ୍ଯ ମାନଙ୍କ ମଧ୍ଯ ରେ ନାଇକୁଡି ପଞ୍ଚାୟତ ର ସରପଞ୍ଚ ଙ୍କ ପ୍ରତିନିଧି ଭାଗବତ ମହାନ୍ତି, ୱାର୍ଡ ସଭ୍ଯ ପିତାମ୍ବର ଜେନା, କମଳାକାନ୍ତ ଦାସ,ଗୌରାଙ୍ଗ ଦାସ ,କବିତା ଦାସ,ରତ୍ନପ୍ରଭା ଦାସ ଙ୍କ ସମେତ ବହୂ ଗ୍ରାମବାସୀ,ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ହୋଇ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିବା ସହିତ ଅଶ୍ରୂଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ, ଏହି ଅବସର ରେ ଅଷ୍ଟ ପ୍ରହର ନାମ ସଙ୍କୀର୍ତନ ହେବା ସହ ମହୋତ୍ସବ ଅନୁଷ୍ଠିତ ହୋଇ ଥିଲା, ସ୍ବର୍ଗତ ଦାସ ଙ୍କ ପୂତ୍ର ମିଲନ ଦାସ ସମସ୍ତ କାର୍ଯ୍ଯ କୁ ପରିଚାଳନା କରି ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ମାଁ କଙ୍କାଳୁଣୀ ଠାକୁରାଣୀଙ୍କର ପୌଷ ମଣ୍ଡେଇ ପାଳିତ

masiha

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଉତ୍ତେଜନା ପ୍ରବଣ ମତଦାନ କେନ୍ଦ୍ରକୁ ନେଇ ପୋଲିସର ବୈଠକ

masiha

Leave a Comment

error: Content is protected !!