ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ବୁଲି ଦେଖିଲେ କଲେ କାୟାକଳ୍ପ ଟିମ

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ବୁଲି ଦେଖିଲେ କଲେ କାୟାକଳ୍ପ ଟିମ

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି କାୟାକଳ୍ପ ଟିମ ସଦସ୍ୟ। । ସୋମବାର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କାୟାକଳ୍ପ ଟିମ ଡା ପ୍ରଶାନ୍ତ ହୋତାଙ୍କ ନେତୃତ୍ୱରେ ବାଲଚନ୍ଦନ ବିଏଲ,ଡା ଅନିଲ ପଟ୍ଟନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ଇନଡୋର୍‌, ଆଉଟ୍‌ ଡୋର୍‌, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ, ଅଂଶୁଘାତ କକ୍ଷ ବୁଲି ଦେଖିବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠିର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ଟିମ ସଦସ୍ୟମାନଙ୍କୁ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡା ସ୍ୱାଗତ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ନବନିର୍ମିତ ଭିତ୍ତିଭୂମି ଓ ବିଭିନ୍ନ ବିଭାଗ ବୁଲାଇ ରୋଗୀ ସେବା ସମ୍ପର୍କରେ ଅବଗତ କରିଥିଲେ I

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କଲେ କାୟାକଳ୍ପ ଟିମସମାଜସେବୀ ଗୋପୀନାଥ ତ୍ରିପାଠୀ,ନୃସିଂହ ଚୌଧୁରୀ, ପାରେଶ୍ୱର ବିଶ୍ୱାଳ, ଗୌରାଙ୍ଗ ଦାଶ, ଭାବ ଗିରି ଓ ବଜେନ୍ଦ୍ର ବର୍ମା ଯୋଗ ଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ I ଏହି କାର୍ଯ୍ୟକ୍ରମକୁ ବି ପି ଏମ ପ୍ରଶାନ୍ତ ଜେନା,ପି ଏଚ ଓ ନୃସିଂହ ଦାଶ, ସଞ୍ଜୟ ଦାସ ଓ ଚିତ୍ତରଞ୍ଜନ ଚାନ୍ଦ, ପ୍ରିୟଦର୍ଶନୀ ଦୀପ୍ତିମୟୀ ସାହୁ ପରିଚାଳନା କରିଥିଲେ I

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋଟ ମସିହା ନିୟୁଜ!!!

Related posts

ରାଜନଗର ପଞ୍ଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର ରାଜନଗର ସ୍ୱାଭିମାନ ସୁରକ୍ଷା ମଂଚ ତରେଫରୁ ଦାବିପତ୍ର ପ୍ରଦାନ 

masiha

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ:ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ 

masiha

Leave a Comment

error: Content is protected !!