ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜୀବନର ବିକାଶ ଦିଗରେ ସହାୟକ ହୋଇଥାଏ : ଡ ସନାତନ ପ୍ରଧାନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

ରାଉରକେଲା //  ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ ଛାତ୍ରୀନିବାସ ପରିସରରେ ପାଳିତ ହୋଇଯାଇଛି। ଛାତ୍ରୀନିବାସର ନିରୀକ୍ଷକ ଅଧ୍ୟାପକ ପ୍ରଦୀପ ଖେସ୍‌ଙ୍କ ଅଧ୍ୟକ୍ଷତା ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ସନାତନ ପ୍ରଧାନ ଯୋଗଦେଇଥିଲେ। ଡ ପ୍ରଧାନ ତାଙ୍କ ବକ୍ତବ୍ୟରେ ପୁରାଣରୁ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକୃତ ଶିକ୍ଷାର ଉଦାହରଣ ସହିତ ଶିକ୍ଷାର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଭାରତୀୟ ସଂସ୍କୃତିରେ ମହିଳା ଓ ବାଳିକାମାନଙ୍କର ମହନୀୟତା ସମ୍ପର୍କରେ କହିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ମହାବିଦ୍ୟାଳୟ ପରିଚାଳନା ଅଧିକାରୀ ଅଧ୍ୟାପକ ମାୟାଧର ବାରିକ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ ଅଧ୍ୟାପକ ଶ୍ରୀ ଖେସ୍‌ ଏବଂ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ତିନି ନଂ ଛାତ୍ରୀନିବାସର ସହକାରୀ ନିରୀକ୍ଷିକା ଅଧ୍ୟାପିକା ଅନିତା ଜୈନ। ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ଛାତ୍ରୀନିବାସର ବିଭିନ୍ନ ବର୍ଗର ଅନ୍ତେବାସୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟଗୀତ ପ୍ରଦର୍ଶନ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଲେଟ ମିଶନ ହେଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା….. ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

masiha

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ 

masiha

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

Leave a Comment

error: Content is protected !!