ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନକଲି ମଦ ସହ ଜଣେ ଗିରଫ

ନକଲି ମଦ ସହ ଜଣେ ଗିରଫ

  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ସାଲେପଡା ଗାଁରେ ନକଲି ବିଦେଶୀ ମଦକାରଖାନା ଉପରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ l ଏହି ଚଢ଼ାଉରେ ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଡୁଆଝର ସାଲେପଡା ଗାଁର ସୁନୀଲ ମେହେର lଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ନୂଆପଡା ଅବକାରୀ ଅଧିକ୍ଷକ ସଙ୍ଘମିତ୍ରା ପ୍ରଧାନଙ୍କ ନିର୍ଦେଶରେ ଅବକାରୀ ବିଭାଗ ପକ୍ଷରୁ ଡୁଆଝର ସାଲେପଡା ଠାରେ ବହୁଦିନ ଧରି ବିଦେଶୀ ମଦ ତିଆରି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା ବେଳେ ସୁନୀଲ କୁମାର ମେହେର (୨୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି । ନକଲି ବିଦେଶୀ ମଦ ୧୮୦ ଏମଏଲ ୪୮ ବୋତଲ, ଖାଲି ବୋତଲ ମେକଡଲ ନଂ ୧ ୭୫୦ ଏମଏଲ ୨୦ ବୋତଲ ଠିପି ୨୬୩୬ ଗୋଟି, ଖୋଲା ବୋତଲ ୧୮, ୧୮୦ ଏମ ଏଲ ୧୩ ବୋତଲ, ଖାଲି ବୋତଲ ଆଇ ବି ୧୮୦ ଏମ ଏଲ ୭୮ ବୋତଲ, ଆର ଏସ ୧୮୦ ଏମ ଏଲ ୮୭ ବୋତଲ, ଷ୍ଟ୍ରେଲିଙ୍ଗ ରିଜବ ୨୮୦ ଗୋଟି, ଆଇ ବି ଠିପି ୬୦୦, ସରକାରୀ ଲେବଲ ୧୯୫୦ ଗୋଟି, ଓ ଭିଭୋ ମୋବାଇଲ ଗୋଟିଏ, ସମ୍ପୃକ ଯୁବକଙ୍କ ଠାରୁ ଜବତ ହୋଇଛି ମୋଟ ନକଲି ମଦ ୮ ଲିଟର ୬୪୦ ଜବତ ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀମତୀ ପ୍ରଧାନ ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ କୋର୍ଟ ଦ୍ଵାରା କଳାହାଣ୍ଡି ପୂର୍ବତନ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ହିସାବ ରକ୍ଷକ ଦଣ୍ଡିତ

ହାତୀଦାନ୍ତ ମାଫିଆକୁ ଧରିବାକୁ ଯାଇ ଦୁର୍ଵୁତଙ୍କ ଛ ରାଉଣ୍ଡ ଗୁଳି ଆକ୍ରମଣରେ ବର୍ତ୍ତିଲେ ବନ କର୍ମଚାରୀ

masiha

MINERAL SMUGGLING AND ILLEGAL QUARRYING ON THE RISE IN RAYAGADA*

masiha

Leave a Comment

error: Content is protected !!