ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ବ୍ୟାଙ୍କ ସେବା ଲୋକାର୍ପିତ

ଆମ ବ୍ୟାଙ୍କ ସେବା ଲୋକାର୍ପିତ

ପାପଡାହାଣ୍ଡି,29/2, ମନିସ — ପାପଡାହାଣ୍ଡି ବ୍ଲକ ପାତ୍ରୀ ଓ ମାନିଗାଁ ପଞ୍ଚାୟତ କାର୍ଯ୍ୟ|ଳୟ ଠାରେ ଗୁରୁବାର ସନ୍ଧ୍ୟାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଦ୍ଵାରା ଆମ ବ୍ୟାଙ୍କ ସେବା କୁ ଉଦଘାଟନ କରିଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା,ବିଡିଓ କପିଳଦେବ ସାହୁ , , ଜିଲା ପରିଷଦ ସଭ୍ୟ ୟଶବନ୍ତ ନାୟକ ଉପସ୍ଥିତ ଥିଲେ | ଏହି ସଭାରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ | ଏହି ଅବସରରେ ବ୍ୟାଙ୍କର ସୁବିଧା ସୁଯୋଗ ସମ୍ପର୍କରେ ଅତିଥି ଆଲୋକପାତ କରିଥିଲେ | ଲୋକେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେଣ ଦେଣ ସହ 2 ଲକ୍ଷ ଟଙ୍କା ରଣ ନେଇପାରିବେ ଏତଦ ବ୍ୟାତିତ ଅଙ୍ଗୁଳି ଟିପ ନେଇ ଟଙ୍କା ଉଠାଇ ପାରିବେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

ଜେ କେ କାଗଜ କଳ ଆନୁକୂଲ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଜୁଏଲଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ 

masiha

Leave a Comment

error: Content is protected !!