ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଳିଲେ ଖଇରା ତହସିଲଦାର

ବଦଳିଲେ ଖଇରା ତହସିଲଦାର

ବାଲେଶ୍ଵର,୦୧/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କର ସୋନପୁର ଜିଲ୍ଲା ଉପଖଣ୍ଡ ବୀରମହାରାଜପୁର ଅନ୍ତର୍ଭୁକ୍ତ ଉଲଣ୍ଡା ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଛି । ଶ୍ରୀ ମହାରଣାଙ୍କ ସ୍ଥାନରେ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ଅଧିନରେ ଥିବା ବୋରିଗୁମ୍ମା ତହସିଲଦାର ସବ୍ୟସାଚୀ ଜେନାଙ୍କୁ ଖଇରା ତହସିଲଦାର ଭାବେ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ମହାରଣା ଏହା ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଯେହେତୁ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ଚାନ୍ଦବାଲି ତହସିଲ ଓ ଖଇରା ତହସିଲ ଆସୁଥିବାରୁ ଯେଉଁ ଅଧିକାରୀ ମାନେ ଗୋଟିଏ ନିର୍ବାଚନ ମଣ୍ଡଳୀର ୫ ବର୍ଷ ରହିଥିବେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ବଦଳି ଆଦେଶ କରିଛନ୍ତି । ଏହା ଦ୍ବାରା ନିର୍ବାଚନ ସ୍ବଛତା ରହିବ ବୋଲି ସରକାର ପକ୍ଷରୁ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

“ଜଙ୍ଗଲ ସାଥିରେ ବସିବା ମିତ” ଶୀର୍ଷକ କବିତା ଆସର ଅନୁଷ୍ଠିତ 

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ନେଇ ପୁଣି ତେଜିଲା ସଂଗ୍ରାମ ସମିତି

masiha

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

masiha

Leave a Comment

error: Content is protected !!