ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ଆଇସିଡିଏସ କାର୍ଯ୍ୟାଳୟ ଠାରେ ସିଡିପିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଗୋଲାମୁଣ୍ଡା ଆଇସିଡିଏସ କାର୍ଯ୍ୟାଳୟ ଠାରେ ସିଡିପିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ଆଇସିଡିଏସ କାର୍ଯ୍ୟାଳୟ ଠାରେ ଗୁରୁବାର ସିଡିପିଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ସିଡିପିଓ ପ୍ରେମ ମଞ୍ଜରୀ ସାହୁଙ୍କ ଅବସର ଗ୍ରହଣ ଉପଲକ୍ଷେ ଅନୁଷ୍ଠିତ ଏହି ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ରେ ଉପସ୍ଥିତ ସୁପରଭାଇଜର, ଅଙ୍ଗନବାଡି କର୍ମି ମାନେ ନିଜ ନିଜ ଅନୁଭୂତି ଓ ସିଡିପିଓ ଙ୍କ କାର୍ଯ୍ୟ କୁଶଳତା, ବ୍ୟବହାର,ନିଷ୍ଠାପର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୂମିକା ଓ ସୁସମ୍ପର୍କ ସହ ସରଲତା ବ୍ୟକ୍ତିତ୍ଵ ମଣିଷ ପଣିଆ ଉପରେ ବର୍ଣ୍ଣନା ବେଳେ ସମସ୍ତଙ୍କ ମଧ୍ୟରେ ଭାବବିହୋଳ ପରିସ୍ଥିତି ଦେଖା ଦେଇଥିଲା।ଅବସରପ୍ରାପ୍ତ ବିଦାୟୀ ସିଡିପିଓ ଶ୍ରୀମତୀ ସାହୁ ମଧ୍ୟ ତାଙ୍କ ପ୍ରତି ଗୋଲାମୁଣ୍ଡା ବ୍ଲକର ଅଙ୍ଗନବାଡି କର୍ମି ତଥା ଜନସାଧାରଣଙ୍କ ବ୍ୟବହାର ଓ ସୁସମ୍ପର୍କ ଚିର ଦିନ ମନେ ରଖିବେ ବୋଲି ଅଭିବ୍ୟକ୍ତ ପ୍ରଦାନ କରି ବିଦାୟୀ ନେଇ ସୁପରଭାଇଜର ଙ୍କ ଉପଢୋକନ୍ ଓ ପୁଷ୍ପ ଗୁଚ୍ଛ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଗୋଲାମୁଣ୍ଡା ସୁପରଭାଇଜର ଅଲିଭା ପଟ୍ଟନାୟକ, ମାନଞ୍ଜରୀ ସୁପରଭାଇଜର ପଦ୍ମା ସାହୁ, ବୃନ୍ଦାବାହାଲ ସୁପରଭାଇଜର ଯଶୋବନ୍ତି ନାଏକ, କେଗାଁ ସୁପରଭାଇଜର ମେରୀୟମ ସେନାପତି, ମହାଳିଙ୍ଗ ସୁପରଭାଇଜର ଶାନ୍ତି ମଙ୍ଗରାଜ, ଫରଙ୍ଗ ସୁପରଭାଇଜର ମଞ୍ଜୁ ପଟ୍ଟନାୟକ ସମେତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମି ଓ ଏସଏଚଜି ମହିଳା ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ରେଖାପଦର ବିଦ୍ୟାଳୟ ଗସ୍ତ କରି ଅନୁଧ୍ୟାନ କଲେ ବିଡିଓ 

Sunil Chandra Nayak

ସାଂସଦ ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାରେ ବିପିଏଲ ରାସନ କାର୍ଡ ହିତାଧିକାରୀଙ୍କ ସମ୍ପର୍କରେ କଲେ ପ୍ରଶ୍ନ 

masiha

ପାନପୋଷରୁ ଆରଜିଏଚକୁ ସ୍ଥାନାନ୍ତରିତ ହେବ ଶବ ବ୍ୟବଚ୍ଛେଦ ଗୃହ: ଆରଏମସି କମିଶନର

masiha

Leave a Comment

error: Content is protected !!