ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ

ନର୍ଲା (ମ.ନି.ସ) ନର୍ଲା ବ୍ଳକ ବିଜ୍ଞାନ ସାଧନ କେନ୍ଦ୍ର ଆନୁକୁଲ୍ୟରେ ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି।ବ୍ଳକ ବିଜ୍ଞାନ ସାଧନ କେନ୍ଦ୍ର ସଭାପତି ତଥା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ, ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣୀ ଜାନୀ, ଏବିଓ ଜୟସେନ ନିଆଲ, ବ୍ଳକ ବିଜ୍ଞାନ ସାଧନ କେନ୍ଦ୍ରର ସମ୍ପାଦକ ତଥା ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ତିଲଯୋଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ବିଜୟା ନନ୍ଦ ହୋତା, ବିଜ୍ଞାନ ଶିକ୍ଷକ ବିରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉଦଘାଟନୀ ଉତ୍ସବରେ ମଞ୍ଚାସନୀ ଥିଲେ। ବିଜ୍ଞାନକୁ ନେଇ ଶିଶୁ ବଡ଼ ଜ୍ଞାନ ଭାବେ ଭୟଭୀତ ନ ହୋଇ ଜୀବନ ପ୍ରକ୍ରିୟାରେ ବିଜ୍ଞାନକୁ ସାମିଲ କରିବା ଉଦ୍ଦେଶ୍ୟରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮୪ ଗୋଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା। ଶିକ୍ଷକ ଭବାନୀ ନାୟକ,ତେଜରାଜ ସାହୁ, ସୁବାସ ପ୍ରଧାନ, ହେମନ୍ତ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ୫ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ ପ୍ରକାଶ କରିଥିଲେ।ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଚାରା ରୋପଣ ଓ ଚାଷୀଙ୍କୁ ବିହନ ବଣ୍ଟନ ସହ ସମ୍ବର୍ଦ୍ଧନା

Sunil Chandra Nayak

କବିତା – ତୁମରି ଛବି

Sunil Chandra Nayak

Leave a Comment

error: Content is protected !!