ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ ;ପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ସାତ ସପନ

ଭଙ୍ଗା ଘରେ ବିତୁଛି ଗୁଣ୍ଡିଚାଙ୍କ ଜୀବନ ;ପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ସାତ ସପନ.

କେନ୍ଦ୍ରାପଡା ୩/୩ -ଗରୀବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁନାହାଁନ୍ତି । ଗରିବ ଲୋକଟିକୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଥିବା ଖବର ଯାହା ଏହି ଅଂଚଳର ଦୃଶ୍ୟ ହିଁ ବୟାନ କରୁଛି । ଗରିବ ଲୋକ ଆବାସ ଯୋଜନାରୁ ବଂଚିତ ହୋଇ ଝାଟିମାଟି ଘରେ ଦିନ କାଟୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଓଉପଦା ପଂଚାୟତ ସୁବର୍ଣ୍ଣପୁର ଗ୍ରାମରେ ।

ସୁବର୍ଣ୍ଣପୁର ଗ୍ରାମର ଗୁଣ୍ଡିଚା ବଳ ଙ୍କ ପରିବାର ଝାଟିମାଟି ଭଙ୍ଗା ଘରେ ରହୁଥିଲେ ହେଁ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି । ସେ ଜଣେ ଗରିବ ଶ୍ରେଣୀର ବିଧବା ମହିଳା । ତାଙ୍କର ଆତ୍ମୀୟ କହିଲେ ପୁଅ, ବୋହୁ ଜଣେ ନାତୁଣି । ପୁଅ ଗୋଲେଖ ପାଣି ପାଇପ ମିସ୍ତ୍ରୀ ଭାବେ ବାହାର ରଜ୍ୟରେ ଦାଦନ ଖଟୁଥିବା ବେଳେ ଘର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି । ଏ ପରିସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ତୋଳିବା ତାଙ୍କ ପକ୍ଷେ ସମ୍ବଭ ନୁହେଁ । ବର୍ଷା ହେଲେ ବାର ଦୁଆର ଶୁଣ୍ଢିପିଣ୍ଡା ହେବାକୁ ପଡୁଛି ବୋଲି ୭୦ ବର୍ଷୀୟା ବୃଦ୍ଧା ଗୁଣ୍ଡିଚା କୋହଭରା କଣ୍ଠରେ କହିଛନ୍ତି । ସେ କୁହନ୍ତି ପଂଚାୟତ ଅଫିସ ଠାରୁ ବ୍ଲକ ପର୍ଯ୍ୟନ୍ତ ଆବାସ ଯୋଜନା ପାଇଁ ଦରଖାସ୍ତ ଦେଇ, ହତାସ ହୋଇପଡିଲିଣି । ଆକାଶରେ ମେଘ ଦେଖିଲେ ଭୟରେ ଛାତି ଥରିଉଠେ କିପରି ବିତିବ ରାତି । ବର୍ଷା ପବନ ସାଙ୍ଗକୁ କଚ୍ଚା ଘରେ ସରୀଶୃପଙ୍କ ଭୟ କହିଲେ ନସରେ ।

ସେହିଗ୍ରାମର ସାମାଜିକ କର୍ମୀ ଲୁଟନ ନାୟକ କୁହନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ୨୦୨୪ ମସିହା ସୁଦ୍ଧା କାହାକୁ କଚ୍ଚା ମାଟି କାନ୍ଥ ଚାଳଘରେ ରହିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । କିନ୍ତୁ ଏହି ଗୁଣ୍ଡିଚା ମା ଭଳି କେତେକ ଲୋକ ଝାଟିମାଟି କାନ୍ଥ ଚାଳ କୁଡିଆରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ନା ସେମାନେ ବ୍ଲକ ଦେଖିଛନ୍ତି ନା ଘୋସ ଦେବା ପାଇଁ ତାଙ୍କ ପାଖରେ ସମ୍ବଳ ଅଛି । ସେଥିଲାଗି ତାଙ୍କୁ ପକ୍କା ଗୃହ ମିଲୁନାହିଁ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଆବାସ ଯୋଜନା ଗରୀବ ଦିନ ମଜୁରିଆ ନା ବଡବଡିଆଙ୍କ ପାଇଁ । ତାହା ତଦନ୍ତ ହେଲେ ଜଣାପଡିବ ବୋଲି ସେ କହିଛନ୍ତି ।

ଗୁଣ୍ଡିଚାଙ୍କ ବୋହୁ ଛବିଲତା ବଳ କୁହନ୍ତି ୨୦୨୦/୨୧ ଆର୍ଥିକ ବର୍ଷରେ ଆବସ ଯୋଜନା ହିତାଧିକାରୀ ତାଲିକାରେ ଆମ ଶ୍ୱଶୁର ସ୍ୱର୍ଗତ ଅଜାମ୍ବର ବଳଙ୍କ ନାମ ଥିଲା । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୧-୨୨ ଆର୍ଥିକ ବର୍ଷରେ ଅଜାମ୍ବର ବଳଙ୍କ ନାମରେ ଆବାସ ଯୋଜନାରେ ଏକ ଘର ମଞ୍ଜୁର ହୋଇଥିବା ସଂକ୍ରାନ୍ତରେ ହିତାଧିକାରୀ ତାଲିକାରେ ନାମ ରହିଥିଲା । ବିଭାଗୀୟ କର୍ମଚାରୀମାନେ ଆମ ଠାରୁ ଆବସ ଯୋଜନା ପାଇଁ ଆବଶ୍ୟକ କାଗଜର ଜେରକ୍ସ କପି ସଂଗ୍ରହ କରି ନେଇଥିଲେ । ମାତ୍ର ୨୦୨୧ ଅପ୍ରେଲ ମାସରେ ଶ୍ୱସୁରଙ୍କର ମୃତ୍ୟୁ ଘଟିିଥିଲା । ତେବେ ବିଡମ୍ବନାର ବିଷୟ ଯେ ପଂଚାୟତରେ ପ୍ରକାଶିତ ହିତାଧିକାରି ବ୍ୟାନର୍ ତାଲିକାରେ ଶ୍ୱସୁର କିମ୍ବା ଶାଶୁ ଗୁଣ୍ଡିଚା ଭଳଙ୍କ ନାମ ଦିଆଯାଇନଥିଲା । ତତତ୍କାଳ ସରପଂଚ ସୁୁବାଷ ଖଟୁଆଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ଆଜିପର୍ଯ୍ୟନ୍ତ ମିଳିନାହିଁ ।ଏସଂକ୍ରାନ୍ତରେ ଓଉପଦା ସରପଂଚ ମମତା ସାମଲଙ୍କୁ ପଚରା ଯିବାରୁ ଯେଉଁ ହିତାଧି କରିଙ୍କ ନାମ ତାଲିକାରେ ଥିଲା ସେମାନଙ୍କୁ ଆବାସ ଗୃହ କିପରି ଦିଆଯିବ ସେଥିନେଇ ପଂଚାୟତରେ ଗ୍ରାମ ସଭାକରି ବ୍ଳକ୍ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ସରପଂଚ କହିଛନ୍ତି ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତି ନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ମା ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ 

masiha

ଧର୍ମପରାୟଣ ବ୍ୟକ୍ତି ଙ୍କ ବିୟୋଗ 

Sunil Chandra Nayak

ରାଇରଙ୍ଗପୁରରେ ଏଚଡିଏଫସି ବ୍ୟାଙ୍କ ତରଫରୁ ୫୩ ୟୂନିଟ ରକ୍ତ ସଂଗ୍ରହ 

masiha

Leave a Comment

error: Content is protected !!