ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧0୮ତମ ଜନ୍ମ ଜୟନ୍ତୀ ପାଳିତ

ଖଡ଼ିଆଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧0୮ତମ ଜନ୍ମ ଜୟନ୍ତୀ ପାଳିତ

ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି l ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା ଲମ୍ବୋଦର ନିଆଲ ଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ସ୍ବର୍ଗତ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ବିଜେଡି ପକ୍ଷରୁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଵା ସହିତ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଜେଡି ଉପସଭାପତି କୈଳାସ ତାଣ୍ଡି, ରେହମାନ, ଖାନ, ପ୍ରମୋଦିନୀ ପୁଞ୍ଜି,ବୀଣା ବାରିକ,ଦୟା ଥପା,ଯୋଗେନ୍ଦ୍ର ପାଣ୍ଡେ,ବାରିଦ ସୁନା, ଲକି ତାଣ୍ଡି, କୃଷ୍ଣ ଦାସ, ବିକ୍ରମ ମାଝୀ, ରମେଶ ଭୋଇ, ଭୋଳା ନାଗ, ଜିକେ ବାଗ,ଅଭିଳାଷ ଗୁଆଲ,ମଦନ ବାଗ, ପ୍ରଶାନ୍ତ ସେନ ରାହୁଲ ବର୍ମା ପ୍ରମୁଖ ଉପସ୍ଥିତଥିଲେ l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ଓ ବାର୍ଷିକୋତ୍ସବ ୨୦୨୩ ପାଳିତ

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

masiha

ଧର୍ମଗଡ଼ ବିଧାନସଭା ଉନ୍ନୟନ ବୈଠକ “ସରକାରୀ ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ନ ହେଲେ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀ ମାନେ ଦାୟୀ ରହିବେ। “ବିଧାୟକ ସୁଧୀର ପଟ୍ଟଯୋଷୀ

masiha

Leave a Comment

error: Content is protected !!