ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା: କୁଆଁରମୁଣ୍ଡା ବନାଞ୍ଚଳ ର ବିଭିନ୍ନ ସ୍ଥାନ ରେ ଆଜି ଜଙ୍ଗଲ ନିଆଁ ନିବାରଣ ସହ ଜନ ସୁରକ୍ଷା ଗଜ ରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ଅଫିସର ପଞ୍ଚ ନାରାୟଣ ସରାଫ ଙ୍କ ନେତୃତ୍ୱରେ ରେ କାର୍ଯ୍ୟକ୍ରମ ମାନ ବଲଣ୍ଡା ଗ୍ରାମ, ବିରକେରା ହାଟ , କୁଆଁରମୁଣ୍ଡା ହାଟ ଓ ଦୁମକିସିରିଆ ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା l ୱା.ଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧମରେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ କଳାକାର ବୃନ୍ଦ l 

ବିଭିନ୍ନ କାର୍ଯ୍ୟକ୍ରମ ରେ ଫରେଷ୍ଟର ଜାୟନାରାୟଣ ପ୍ରଧାନ, ଦୁଃଖୁ କିଷାନ, ରୀନା ମହାନନ୍ଦିଆ ସସ୍ମିତା କେରକେଟା ମନ୍ଦିତା ମୁଣ୍ଡା , ଫରେଷ୍ଟ ଗାର୍ଡ ବି. ପଣ୍ଡା, ସଂଗୀତା ପାଲ, ସଂଗ୍ରାମ ବାରିକ, ମଧୁସ୍ମିତା ସେନାପତି, ଚିନ୍ମୟୀ ସାମଲ, ଗୁଲସନ କୁମାର ସାହୁ ଙ୍କ ସମେତ ଫରେଷ୍ଟ ସ୍କ୍ୱାଡ଼, ଫାୟାର ସ୍କ୍ୱାଡ଼ ପ୍ରମୁଖ ଉପସ୍ଥିତ ଥିଲେ l ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା l ହାତୀ ଯୋଗୁଁ ଧନ ଜୀବନ କ୍ଷତି ହେଲେ ଏଥି ପାଇଁ ରହିଥିବା କ୍ଷତିପୂରଣ ସମ୍ପର୍କ ରେ ସୂଚନା ପ୍ରଦାନ କରାଯାଇଥିଲା l ଚାଷୀ ଓ ଗ୍ରାମବାସୀ ମାନେ ବ୍ୟକ୍ତି ଗତ କିମ୍ବା ଗୋଷ୍ଠୀ ଗତ ଭାବେ ସୌର ଵାଡ଼ ନିର୍ମାଣ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କ ରେ ମଧ୍ୟ ଅବଗତ କରାଯାଇଥିଲା l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରାଥମିକ ଶିକ୍ଷକ ସଂଘ(ଏକ୍ସ କେଡ଼ର) ପକ୍ଷରୁ ବିଭିନ୍ନ ଦାବି ସମାଧାନ ନେଇ ବିଇଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

masiha

ରାଇରଙ୍ଗପୁର ପୌରପାଳିକା ତରଫରୁ ୬୪ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ.; ନବ କଳେବର ଡଃ ହରେକୃଷ୍ଣ ମହତାବ ଭବନ ଏବଂ ବଡବନ୍ଧ ରେ ନୌକା ବିହାର ଲୋକାର୍ପିତ 

masiha

ଜୟଦୁର୍ଗା ହାଇସ୍କୁଲ, ନର୍ଲା ରୋଡରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!