ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ବିଦ୍ୟାଳୟ ପରିସରରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ବାଲେଶ୍ଵର,୦୮/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ସରକାରୀ ହାଇସ୍କୁଲ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାକୁ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜତା ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାଳତୀ ସେଠୀ ଯୋଗଦାନ କରି ମହିଳା ମାନେ ସମସ୍ତ କ୍ଷେତ୍ରରେ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ଅଧିକାର ଓ ସାମାଜିକ, ସମ୍ମାନ କ୍ଷେତ୍ରରେ ଅବଗତ ହେବା ଉଚିତ । ଏଥିସହିତ ବାଲ୍ୟ ବିବାହ ଉପରେ ଗୁରୁତ୍ବ ଦେଇ ଏହା ଏକ ଦଣ୍ଡନୀୟ ଅପରାଧ, ବାଲ୍ୟ ବିବାହ କରୁଥିବା, ବାଲ୍ୟ ବିବାହ କରାଉଥିବା ସମସ୍ତ ଅଭିଭାବକ ଓ ଅବିଭାହିକା ତଥା ଗୁରୁଜନ ମାନେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି । ତେଣୁ ଏହାଠାରୁ ଯଥା ସମ୍ଭବ ଦୂରେଇ ରହିବା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସଭା ସାଙ୍ଗ ପରେ ବିଦ୍ୟାଳୟର ସ୍କାଉଟ ପିଲାମାନେ ବିଦ୍ଯାଳୟ ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟ କରିଥିଲେ । ଉକ୍ତ ସଫେଇ କାର୍ଯ୍ୟକୁ ସ୍କାଉଟ ଶିକ୍ଷକ ସୁରେନ୍ଦ୍ର ବେଶ୍ରା ଓ ନରୋତ୍ତମ ପୁଟି ପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି: ଗ୍ରାମୀଣ ଡାକସେବକ ମାନଙ୍କର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଯୋଗୁଁ ଜିଲ୍ଲା ବ୍ୟାପୀ ଡାକସେବା ବିପର୍ଯ୍ୟସ୍ତ

masiha

ନର୍ଲା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡିଶା ମେଳା

masiha

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

Sunil Chandra Nayak

Leave a Comment

error: Content is protected !!