ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମନା କୁ ଏନ୍ ଏ ସି ମାନ୍ୟତାଦାବୀ ରେ କୋମନା ବନ୍ଦ ପାଳିତ

କୋମନା କୁ ଏନ୍ ଏ ସି ମାନ୍ୟତାଦାବୀ ରେ କୋମନା ବନ୍ଦ ପାଳିତ

 ନୂଆପଡ଼ା ଜିଲ୍ଲା କୋମନା ଠାରେ ପ୍ରସ୍ତାବିତ କୋମନା ଏନ ଏ ସି ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ପାଞ୍ଚ ଘଂଟା ବନ୍ଦ ପାଳିତ ହୋଇଅଛି। ଓଡ଼ିଶା ସରକାର ପକ୍ଷ ରୁ ୩୪ ଗୋଟି ଏନ୍ ଏ ସି ଘୋଷଣା କରିଥିବା ବେଳେ କୋମନା କୁ ବାଦ ହୋଇଅଛି। ପ୍ରତ୍ୟେକ ଦୃଷ୍ଟିକୋଣରୁ କୋମନା ଏନ୍ ଏ ସି ହେବାର ଯୋଗ୍ୟତା ରହିଥିବା ବେଳେ ରାଜନୈତିକ ଦୃଷ୍ଟିକୋଣ ରୁ କୋମନା କୁ ବାଦ୍ ଦିଆଯାଇଛି। କୋମନା ଏନ୍ ଏ ସି ଦାବୀରେ ସକାଳ ୮ଘଂଟା ରୁ ଅପରାହ୍ନ ୧ ଘଟଣା ପର୍ଯ୍ୟନ୍ତ ପାଞ୍ଚ ଘଂଟା ପାଇଁ ବନ୍ଦ ପାଳିତ ହୋଇଅଛି। ଏହି ବନ୍ଦ ପାଳନ ସଫଲତା ସହ ସମ୍ପୂର୍ଣ ହୋଇଥିବା ବେଳେ ଆସନ୍ତା ଦିନରେ ଆନ୍ଦୋଳନ କୁ ଆହୁରି ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି। କୋମନା ଅର୍ଥନୈତିକ, ଭୌଗଳିକ, ସାମାଜିକ ଏବଂ ଭିତ୍ତିଭୂମୀ ର ଦୃଷ୍ଟି କୋଣ ରୁ କୋମନା ଏନ୍ ଏ ସି ହେବାର ଯଥାର୍ଥତା ରହିଥିବା ଆନ୍ଦୋଳନ କରିମାନେ ପ୍ରକାଶ କରିଛନ୍ତି। ସଦନ ତିୱାରୀ, ଅବସର ପ୍ରାପ୍ତ ଅଧ୍ୟକ୍ଷ ଗଙ୍ଗାଧର ପାଣିଗ୍ରାହୀ, ବିର ପ୍ରଧାନ,ଗୋଲାପ ସେଠୀ, ସହ ସମସ୍ତ ନାଗରିକ ଅନୁଷ୍ଠାନ, ସଂଘ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ସହଯୋଗ କରିଛନ୍ତି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିଟ ପରୀକ୍ଷାରେ କୃତିତ୍ୱ ପାଇଥିବା ଛାତ୍ର ସମ୍ବର୍ଦ୍ଧିତ

ରଥଯାତ୍ରା ଉପଲକ୍ଷେ ସମସ୍ତ ମଦ ଦୋକାନ ବନ୍ଦ ପାଇଁ ନିର୍ଦେଶ 

Sunil Chandra Nayak

୬ ଦଫା ଦାବିରେ କଳାବ୍ୟାଚ ପିନ୍ଧି କୃଷି କର୍ମଚାରୀ ଙ୍କ ପ୍ରତିବାଦ, ଦାବି ପୂରଣ ନହେଲେ ୧ ରୁ ସାମୁହିକ ଛୁଟିରେ ଯିବେ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!