ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ନାବାଳକ ମୃତ 

ଅଜଣା ଗାଡି ଧକ୍କାରେ ନାବାଳକ ମୃତ 

ଡାବୁଗାଁ, ୧୧/୩ -(ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୁଟିଆଗୁଡା ଗ୍ରାମରେ ଅଜଣା ଗାଡି ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବୁଟିଆଗୁଡା ଗ୍ରାମର ବିଶୁ ଭତରାଙ୍କ ପୁଅ ଗୁରୁବାରୁ ଭତରା (୧୭) ରବିବାର ରାତ୍ରି ପ୍ରାୟ ୮ ଘ. ସମୟରେ ଡାବୁଗାଁ-ମେଦନା ମୁଖ୍ୟ ରାସ୍ତାରେ ମୋବାଇଲ ଦେଖି ଦେଖି ରାସ୍ତାରେ ଚାଲୁଥିଲେ | ସେହି ସମୟରେ ପଛପଟୁ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇ ସେଠାରୁ ଚାଲି ଯାଇଥିଲା | ଗାଡି ଧକ୍କା ହେବାରୁ ଗୁରୁବାରୁ ଚିତ୍କାର କରିଥିଲେ | ପାଟି ଶୁଣି ଛକରେ ଥିବା ଅନ୍ୟ ପିଲା ମାନେ ସେଠାରେ ପହଞ୍ଚି ଦେଖିଥିଲେ ଯେ ଗୁରୁବାରି ଆହତ ହୋଇ ପଡିଛି | ସଙ୍ଗେସଙ୍ଗେ ଗ୍ରାମରେ ଖବର ଦେବା ସହ ଆହତ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ରିରେ ନାବାଳକର ମୃତ୍ୟୁ ଘଟିଥିଲା | ଏନେଇ ମୃତକ ର ଭାଇ ଯୋଗେଶ ଭତରା ସୋମବାର ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୬୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଗ୍ରାହକ ଓ ହିତାଧିକାରୀଙ୍କ ଙ୍କ ଲକ୍ଷାଧିକ ଟଙ୍କା ଉଠାଇ ଗ୍ରାହକ ସେବାକେନ୍ଦ୍ର ଯୁବକ ଫେରାର, ଥାନାରେ ଅଭିଯୋଗ

Sunil Chandra Nayak

ଅବକାରୀ ଚଢାଉ ମହୁଲ ଜବତ, ୧ ଗିରଫ

Sunil Chandra Nayak

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

Sunil Chandra Nayak

Leave a Comment

error: Content is protected !!