ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୧୨/୦୩/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ତା ୧୦/୦୩/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ଉପହାର “। ଏଥିରେ (୧) ଜ୍ଯୋତିର୍ମୟୀ ଆଚାର୍ଯ୍ୟ, ବାଲେଶ୍ଵର (୨) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୩) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୪) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, ସମ୍ବଲପୁର (୫) ଅପରାଜିତା ରଥ, ଧୁଷୁରୀ, ଭଦ୍ରକ (୬) ଟି. ଏସ. ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ (୭) ଗୀତା ମଞ୍ଜରୀ ଦାସ, ଭଦ୍ରକ (୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୯) ବର୍ଷାରାଣୀ ମହାମଲ୍ଲିକ, ବରଗଡ଼ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ଆନନ୍ଦିନୀ ମିଶ୍ର ପ୍ରଥମ, ଗୀତା ମଞ୍ଜରୀ ଦାସ ଦ୍ବିତୀୟ ଓ ଅପରାଜିତା ରଥଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୯ ଗୋଟି ଲେଖା ଆସିଥିଲା । ଏହି ୯ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଫଳାଫଳରେ କେହି ମନଉଣା କରନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ ଦିନେ ନା ଦିନେ ନିଶ୍ଚୟ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୭୧ ତମ ସର୍ବଭାରତୀୟ ସମବାୟ ମହୋତ୍ସବ 

masiha

ଚରାମୂଳା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ

Sunil Chandra Nayak

ସ୍ବସ୍ତି ସାହିତ୍ୟ ସଂସଦର କଥା କବିତାୟନ ଆସନ୍ତା ୧୧ ଓ ୧୨ତାରିଖରେ

Sunil Chandra Nayak

Leave a Comment

error: Content is protected !!