ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୧୨/୦୩/୨୪- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ ତା ୧୦/୦୩/୨୪ ରିଖ ରବିବାର ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ପ୍ରସଙ୍ଗ ଥିଲା – ” ଉପହାର “। ଏଥିରେ (୧) ଜ୍ଯୋତିର୍ମୟୀ ଆଚାର୍ଯ୍ୟ, ବାଲେଶ୍ଵର (୨) ସୁଜାତା ପଣ୍ଡା, ଆସ୍କା, ଗଞ୍ଜାମ (୩) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୪) ଡକ୍ଟର ସଙ୍ଗୀତା ନାଏକ ପୁରୋହିତ, ସମ୍ବଲପୁର (୫) ଅପରାଜିତା ରଥ, ଧୁଷୁରୀ, ଭଦ୍ରକ (୬) ଟି. ଏସ. ତମନ୍ନା, ଭାଲିଆଡିହା, ମୟୂରଭଞ୍ଜ (୭) ଗୀତା ମଞ୍ଜରୀ ଦାସ, ଭଦ୍ରକ (୮) ଆନନ୍ଦିନୀ ମିଶ୍ର, ଝାରସୁଗୁଡା (୯) ବର୍ଷାରାଣୀ ମହାମଲ୍ଲିକ, ବରଗଡ଼ । ସମସ୍ତଙ୍କ ଲେଖା ଗୁଡିକୁ ସମୀକ୍ଷା କରିଥିଲେ ଡକ୍ଟର ତାନଶ୍ରୀ ପାଣିଗ୍ରାହୀ, ଯିଏକି ପେଷାରେ ଜଣେ ଶିକ୍ଷୟିତ୍ରୀ ଓ ନିଶାରେ ଜଣେ ସୁ-ସାହିତ୍ୟ ସାଧିକା, ଘର ବାଲେଶ୍ଵର । ଯାହାର ଫଳାଫଳ ପ୍ରକାଶ ପାଇଛି । ତାଙ୍କ ସମୀକ୍ଷାରୁ ଆନନ୍ଦିନୀ ମିଶ୍ର ପ୍ରଥମ, ଗୀତା ମଞ୍ଜରୀ ଦାସ ଦ୍ବିତୀୟ ଓ ଅପରାଜିତା ରଥଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋଟ ୯ ଗୋଟି ଲେଖା ଆସିଥିଲା । ଏହି ୯ ଟି ଲେଖା ମଧ୍ୟରୁ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିରୂପଣ କରାଯାଇଥିଲା । ଯେଉଁମାନଙ୍କର ଉଚ୍ଚକୋଟୀର ଥିଲା ସେମାନଙ୍କୁ ସ୍ଥାନ ମିଳିଛି । ଫଳାଫଳରେ କେହି ମନଉଣା କରନ୍ତୁ ନାହିଁ, ଲେଖା ଜାରି ରଖନ୍ତୁ ଦିନେ ନା ଦିନେ ନିଶ୍ଚୟ ସ୍ଥାନ ମିଳିବ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

masiha

ରାଇରଙ୍ଗପୁର କୃଷି କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଓଡ଼ିଶାର ଶ୍ରୀ ଅନ୍ନ ଓ ପାରମ୍ପାରିକ କୃଷି ଐତିହ୍ୟ ନେଇ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ଓ ଖାଦ୍ୟ ମେଳା

masiha

ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା

masiha

Leave a Comment

error: Content is protected !!