ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

ଅନ୍ତରା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝଲସିଲା ସ୍କୁଲ ପଡିଆ

ବାଲେଶ୍ଵର,୧୨/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଅନ୍ତରା ହାଇସ୍କୁଲ ପଡିଆ ଝଲସି ଉଠିଲା ସମାଜସେବୀ ଓ କଳାକାରଙ୍କୁ ନେଇ ମହୋତ୍ସବର ତୃତୀୟ ସନ୍ଧ୍ୟା । ମହୋତ୍ସବ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ଉପାଧ୍ୟାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ଶଶୀ କୁମାର ସାହୁ, ସମ୍ମାନିତ ବକ୍ତା ଭାବେ ଚେୟାରମ୍ୟାନ, ଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ବାଲେଶ୍ଵରର ଗଙ୍ଗାଧର ଜେନା ଓ ଅନ୍ତରା ସମିତିସଭ୍ଯା ସବିତାରାଣୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଯେନା, ବରଦା ସରପଞ୍ଚ ପରୀକ୍ଷିତ ମହାପାତ୍ର, ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ, ଅଭିନେତା ସବ୍ଯସାଚୀ ମିଶ୍ର ଓ ମହୋତ୍ସବ କମିଟିର ସମ୍ପାଦକ ଜ୍ଯୋତି ରଞ୍ଜନ ପଣ୍ଡା ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ପ୍ରଦାନ କରିବା ପରେ ମହୋତ୍ସବ କମିଟି ମେମ୍ବର ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ବାଗତ ସଙ୍ଗୀତ ପରିବେଷଣ ପରେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ମହୋତ୍ସବ କମିଟିର ସଭାପତି ତ୍ରିଲୋଚନ ଉପାଧ୍ୟାୟ । ଅତିଥି ମାନଙ୍କ ଭାଷଣ ଖୁବ୍ ସୁନ୍ଦର, ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା । ପରେ ଅତିଥି ମାନେ ଅନ୍ତରା କ୍ଲଷ୍ଟର ସି ଆର ସି ଲମ୍ବୋଦର ଦାସ, ଆଇନଜୀବି ମାୟାଧର ମହାପାତ୍ର, ସମାଜସେବୀ ନିଶାକର ସାହୁ, କାର୍ଯ୍ୟରତ ସୈନିକ ଜୟନ୍ତ ଦାଶ ଓ କାର୍ଯ୍ୟରତ ଶିକ୍ଷକ ବସନ୍ତ ବିଶ୍ବାଳଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଅଭିନେତା ସବ୍ଯସାଚୀ ଓ ଅର୍ଚ୍ଚିତାଙ୍କୁ ନେଇ ମେଲୋଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମେଲୋଡି କାର୍ଯ୍ୟକ୍ରମ ଦେଖିବା ପାଇଁ ଶହଶହ ଦର୍ଶକ ମାନଙ୍କ ଭିଡ ଜମିଥିଲା ।ଏହି ମେଲୋଡି କାର୍ଯ୍ୟକ୍ରମ ଏତେ ସୁନ୍ଦର ହୋଇଥିଲା ଯାହା ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଦିବାସୀ ମେଳାରେ ସମ୍ମାନିତ ହେଲେ ଆମପାଣିର ଲୋକ କଳାକାର କୁମୁଦ ପୁଝାରୀ

Sunil Chandra Nayak

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ଫଦ ମେଳା ୨୦୨୫ ଉପଲକ୍ଷେ ଉଦ୍ଧଘାଟନ ହୋଇଯାଇଛି 

Sunil Chandra Nayak

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

masiha

Leave a Comment

error: Content is protected !!