ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ପ୍ରକାର ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ ଅବିନାଶ 

ବିଭିନ୍ନ ପ୍ରକାର ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ ଅବିନାଶ 

ଚିଲିଗୁଡ଼ା //  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତର ଖସିଗୁଡା ଗ୍ରାମର ଯୁବ ଚାଷୀ ଅବିନାଶ ରାୟଗୁରୁ ୩୩ ବିଭିନ୍ନ ପ୍ରକାର ଚାଷ କରି ମୋ ଏବେ ଚର୍ଚ୍ଚାରେ ରହିଛନ୍ତି ।ପ୍ରକାଶ ଥାଉକି ଯୁବ ଚାଷୀ ଅବିନାଶ ରାୟଗୁରୁ ଜଣେ ଉଚ୍ଚ ଶିକ୍ଷିତ । ଚାକିରୀ ପ୍ରତି ଆଗ୍ରହ ନ ହୋଇ ଚାଷ କାର୍ଯ୍ୟରେ ସେ ମନ ଦେଇଥିଲେ । ବାପା ଜଙ୍ଗଲ ବିଭାଗ ରେ ଫରେଷ୍ଟ ଗାର୍ଡ ଭାବରେ ସରକାରୀ ଚାକିରୀ କରୁଥିଲେ । ତାଙ୍କ ପ୍ରେରଣାରେ ସେ ପ୍ରେଣିତ ହୋଇ ଚାଷ କାର୍ଯ୍ୟ ପ୍ରତି ମନ ବଳାଇଥିଲେ । ଚାକିରୀ ପ୍ରତି ଆଗ୍ରହ ନ ହୋଇ ସେ ୨ ଏକ ର ୫୦ ଡିସ ମିଲ ଜାଗାରେ ବିଭିନ୍ନ ପ୍ରକାର ଚାଷ କରିବାକୁ ମନ ବଳାଇଥିଲେ ।ସେହି ସ୍ଥାନରେ ସେ ଦୁଇ ଟି ପୋଖରୀ ଖୋଲି ଗୋଟି ଏ ରେ ମାଛ ଚାଷ ଏବଂ ଅନ୍ୟଟିରେ ମାଛ ଜାଆ ଲା ଚାଷ କରିଥିଲେ ।ପୋଖରୀ ର ଦୁଇ ପାର୍ଶ ହୁଡ଼ାରେ ୧୦୦ ଗୋଟି ଆମ୍ବ ଗଛ ଏବଂ ୧୦୦ ଗୋଟି ନଡ଼ିଆ ଗଛ ଲଗାଇ ଥିଲେ ।ଏପରିକି କଦଳୀ ଚାଷ ସହ ଗାଈ ଏବଂ କୁକୁଡ଼ା ଚାଷ କରି ବେଶ ଲାଭବାନ ହୋଇଥିବା ଜଣାପଡିଛି ।କିଛି ସ୍ଥାନରେ ପନିପରିବା ଚାଷ କରି ମଧ୍ୟ ବେପାରୀ ମାନଙ୍କୁ ଯୋଗାଇ ଦେଉଛନ୍ତି ।ଏହି ଚାଷ କରି ନିଜେ ଅର୍ଥ ରୋଜଗାର କରିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାର କରିବା ପାଇଁ ସହଯୋଗ କରୁଥିବା ସେ ପ୍ରକାଶ କରିଛନ୍ତି ।ଏପରିକି ସରକାରଙ୍କ ପକ୍ଷରୁ ବୈଜ୍ଞାନିକ ପଦ୍ଧତିରେ ଚାଷ କରି ବା ଏବଂ ଉତ୍ତମ ତାଲିମ ପ୍ରଦାନ କଲେ ଭଲ ହୁଅନ୍ତା ବୋଲି ଚାଷୀ ଅବିନାଶ ରାୟଗୁରୁ ନିଜ ମତ ଦେଇଛନ୍ତି । ସେ ଅଞ୍ଚଳରେ ଏକ ସଙ୍ଗରେ ବିଭିନ୍ନ ପ୍ରକାର ଚାଷ କରି ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରି ପାରୁ ଥିବାରୁ ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାରେ ରହିଛନ୍ତି ଯୁବ ଚାଷୀ ଅବିନାଶ ରାୟଗୁରୁ ।ଏଣୁ ସରକାରୀ ସ୍ତରରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିଲେ ସେ ଅଧିକ ଉର୍ଣ୍ଣତି କରି ପାରନ୍ତେ ବୋଲି ଚାଷୀମାନେ ମତ ବ୍ୟକ୍ତ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

୭୯- ଧର୍ମଗଡ଼ ବିଧାନସଭା ନିର୍ଵାଚନ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ପ୍ରକାଶିତ ୧୫ ହଜାର ୫୮୨ ଜଣ ଭୋଟର ତାଲିକା ରୁ ବାଦ ପାଇଁ ଚିହ୍ନଟ..

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ ଅନୁଷ୍ଠିତ 

Sunil Chandra Nayak

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ

masiha

Leave a Comment

error: Content is protected !!