ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ବ୍ଲକ ସ୍ତରୀୟ ବୈଠକ

ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭାର ବ୍ଲକ ସ୍ତରୀୟ ବୈଠକ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ନିଖିଲ ଓଡ଼ିଶା କୈବର୍ତ୍ତ ମହାସଭା କଳାହାଣ୍ଡି କର୍ଲାମୁଣ୍ଡା ଶାଖାର ବ୍ଲକସ୍ତରୀୟ ବୈଠକ ପରମାନନ୍ଦ ପୁର, ସ୍ଥିତ ବାରେଣି ଚେତନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସ୍ଥାୟୀ ସଭାପତି ବିଦ୍ୟାଧର ବାଗଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ପରିଚାଳନା ହେବା ସହ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲା କୈବର୍ତ୍ତ ସମାଜ ସଭାପତି ଈଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ସମ୍ପାଦକ ବୁଡୁମହାଲିଙ୍ଗ ଲଦୁରମା ଝାକର, କେସିଙ୍ଗା ସଂପାଦକ ସୁଦାମ ମହାଲିଙ୍ଗ, ମ ରାମପୁର ସଂପାଦକ ଭଜମନ ଦେହେରୀ, ନର୍ଲା ବ୍ଲକ ସଭାପତି ଦାମୋଦର ସେଠ, ଅଶୋକ ତରିୟା, ଲିଲୁ ନାଏକ, ରତିଲାଲ ସେଠ, ପିତାମ୍ବର ସା, ରବିନ ନାଏକ, ସଦାନନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ନାରୀ ଶିକ୍ଷା ଓ ନାରୀ କର୍ମ ବାର୍ତ୍ତା ଏବଂ ନିଶା ନିବାରଣ ଏବଂ ସମାଜ ପ୍ରତି ବିଭିନ୍ନ ସମସ୍ୟା ଆସୁଥିବା, ସାମାଜ ସଂସ୍କାର ଉପରେ ଉପସ୍ଥିତ ଥିବା ମହାସଭାର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ଦେଇ ଆଲୋଚନା କରିଥିଲେ l ପରିଶେଷରେ ବ୍ଲକ ସମ୍ପାଦକ ଶ୍ରୀ ରବିନ୍ଦ୍ର ପାଣ୍ତେ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

Sunil Chandra Nayak

ଗୁଡ଼ାରି ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!