ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ବନ ଦିବସ-୨୦୨୪ ପାଳନ

ବିଶ୍ଵ ବନ ଦିବସ-୨୦୨୪ ପାଳନ

 ଅଦ୍ୟ ତାରିଖ ୨୧.୦୩.୨୦୨୪ ରେ ରାୟଗଡ଼ ସ୍ଥିତ ଫରେଷ୍ଟ ପାର୍କ ରେ ରାୟଗଡ଼ ବନଖଣ୍ଡ ତରଫରୁ ବିଶ୍ଵ ବନ ଦିବସ-୨୦୨୪ ପାଳନ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମ ରେ ରାୟଗଡ଼ ଜିଲ୍ଲାପାଳ , ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଓ ଗୁଣୁପୁର ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହା ସହ ରାୟଗଡ଼ ବନଖଣ୍ଡ ର ୭ ଗୋଟି ବନାଞ୍ଚଳ ରୁ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ । ବିଗତ ଦିନରେ ରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଉଦ୍ଧେଶ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା । ସେଥିରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ର ବିଜେତା ଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ହିସାବରେ ପୁରସ୍କୃତ କରଯାଇଥିଲା । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ର ରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ୧୦ ଜଣ ବନକର୍ମଚାରି ଙ୍କୁ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରସ୍କ।ର ପ୍ରଦାନ କରାଗଲା ।  

 ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନେ ନିଜ ଅଭିଭାଷଣରେ ଜଙ୍ଗଲ ସୁରକ୍ଷା ରେ ଆମ ସମସ୍ତଙ୍କର ଯୋଗଦାନ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପରିପ୍ରକାଶ କରିଥିଲେ । ଏହାସହ ଏହି ବର୍ଷ ନିଜ ନିଜ କର୍ମକ୍ଷେତ୍ର ରେ ଉଲ୍ଲେଖେନୀୟ କାର୍ଯ୍ୟ କରିଥିବାରୁ ରାୟଗଡ଼ ବନଖଣ୍ଡ ତରଫରୁ ଶ୍ରୀ ଗୌରୀ ଶଙ୍କର ସାହୁ , ବନପାଳ ଓ ଶ୍ରୀ ପ୍ରଦୀପ କୁମାର ସାହୁ , ବନରକ୍ଷୀ ଙ୍କୁ ଆଜି ଭୁବନେଶ୍ଵର ରେ ଓଡିଶା ସରକାର ଦ୍ଵାରା ପୁରସ୍କୃତ କରାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

Sunil Chandra Nayak

ବର୍ଷେ ହେଲା ଅନ୍ଧାରରେ ୪୦ ଘର 

masiha

ସ୍ବାମୀ କ୍ରିଷ୍ଣାନନ୍ଦ ସରସ୍ବତୀଙ୍କ ୧୦୪ ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!