ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆନ୍ଦ୍ର ଓ ଓଡିଶା ଉଭୟ ପୋଲିସ ମିଶି ଅନେକ ସ୍ଥାନରେ ଚଢ଼ାଉ, ୧୨.୬୦୦ ଲିଟର ପୋଚ ନଷ୍ଟ 

ଆନ୍ଦ୍ର ଓ ଓଡିଶା ଉଭୟ ପୋଲିସ ମିଶି ଅନେକ ସ୍ଥାନରେ ଚଢ଼ାଉ, ୧୨.୬୦୦ ଲିଟର ପୋଚ ନଷ୍ଟ 

ବନ୍ଧୁଗାଁ :- କୋରାପୁଟ ଜିଲ୍ଲା ପ୍ରସିଦ୍ଧ ବନ୍ଧୁଗାଁ ବ୍ଲକ୍ ନିଲାବାଡି ଗ୍ରାମଠାରେ ଚାଲିଥିବା ମା ଅଗ୍ନି ଗଙ୍ଗାମାଙ୍କ ନବ ଦିନ ଧରି ଅନୁଷ୍ଠିତ ଘଟ ଯାତ୍ରାକୁ ଆଖି ଆଗରେ ରଖି ବନ୍ଧୁଗାଁ ଥାନା ଅଧିକାରୀ ଆଇ. ଆଇ. ସି ଶ୍ରୀ ପ୍ରଶ୍ନ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ବନ୍ଧୁଗାଁ ଥାନା ଷ୍ଟାଫ ଓ ଆନ୍ଧ୍ରର ପାର୍ବତୀପୁରାମ (ଏସ.ଡି.ପିଇ.ଓ)ଙ୍କ ସହ ଥାନା ଷ୍ଟାଫ ଓ କେର୍ଡ଼I ପୋଲିସର ମିଳିତ ଭାବେ ଆଲମଣ୍ଡା ଗ୍ରାମ ନିକଟ ଝଞ୍ଜା ବତି ନଦୀ କୂଳ ଅଞ୍ଚଳର ଚଢାଉ କରି ୩୨ ଟି ଡ୍ରମରୁ ୯୬୦୦ ଲିଟର ପୋଚ ନଷ୍ଟ କରିବା ସହ ପେଦାଅଲୋଡ଼ା ଗ୍ରାମର ଲ କାର୍ଲି ଗ୍ରାମ ସ୍ଥାନର ଚଢାଉ କରି ୧୬ ଟି ଡ୍ରମରୁ ୬ ଡ୍ରମ ଖାଲି ରହିଥିବାବେଳେ, ଦଶ ଡ୍ରମ ଭର୍ତ୍ତୀ ୩ ହଜାର ଲିଟର, ମଟ ୧୨ ହଜାର ୬ଶହ ଲିଟର ପୋଚ ନଷ୍ଟ ସହ ମଦ ତିଆରି ସାମଗ୍ରୀ ଯବତ କରାଯାଇଛି । ଏନେଇ ଦୃର୍ବୁତ୍ତ ମାନେ ପୋଲିସକୁ ଦେଖି ଘଟଣାସ୍ଥଳରୁ ଫେରାର ହେଇ ଯାଇଥିବା ବେଳେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇ ପାରିନି । ବନ୍ଧୁଗାଁ ବ୍ଲକ୍ ର ଆଲମଣ୍ଡା ଅଞ୍ଚଳରୁ ଦୈନିକ ଆନ୍ଧ୍ରକୁ ଦେଶୀ ମଦ ଚୋରା ଚାଲାଣ କରାଯାଉଥିବା ଚର୍ଚ୍ଚା, ବନ୍ଧୁଗାଁ ବ୍ଲକ ର ନୀଳାବାଡ଼ି, କୁମ୍ଭାରପୁଟ ଅଞ୍ଚଳରେ ଖୁଲମ ଖୁଲା ଦେଶୀ ବିଦେଶୀ ମଦ ଅବାଧ ରେ ବିକ୍ରି କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଜିଲ୍ଲାର ଅବକାରୀ ବିଭାଗ କିନ୍ତୁ ନିଘୋଡ଼ ନିଦରେ ଶୋଇ ରହିଛି ।ଅବକାରୀ ବିଭାଗ କୋମା ପଡ଼ିଥିବା ବେଳେ ପୋଲିସ ବିଭାଗ କିନ୍ତୁ ତାର କାମ କରିଚାଲିଛି । ଯାହାକୁ ଏବେ ସବୁ ମହଲରେ ପସନ୍ଦ କରାଯାଇଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ବର୍ତମାନ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ଯୋଗୁଁ ଅଞ୍ଚଳକୁ ମଦ ମୁକ୍ତ ସକାଶେ ପୁଲିସ ଚଢାଉ କୋରାଯାଉଛି ବଲି ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ ମିଶ୍ର କହିଥିଲେ I

କୋରାପୁଟ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସ୍ପଷ୍ଟ ଦିବାଲୋକରେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେବା ଘଟଣାରେ ୫ ଡ଼କାୟତ ଗିରଫ , ଧରାପଡ଼ିବା ଭୟରେ ବୋମା ପକାଇଲେ ଦୁର୍ବୃତ୍ତ

masiha

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ଚୋରି

masiha

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!