ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ଦାବି

 ନର୍ଲା (ମ.ନି.ସ)  ନର୍ଲା ବ୍ଳକ ଅନ୍ତର୍ଗତ ପଲସାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନରୁ ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଚନ୍ଦନ ଗତ ଜାନୁଆରୀ ୩୧ ତାରିଖ ଦିନ ଠାରୁ ଅବସର ଗ୍ରହଣ କରିସାରିଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା କମ୍। ଦୁଇ ଜଣ ଶିକ୍ଷକଙ୍କୁ ନେଇ ତିନୋଟି ଶ୍ରେଣୀ ପଢେଇବା ପାଇଁ ଅସୁବିଧା ସୃଷ୍ଟି ହେଉଥିବା ବେଳେ ଜଣେ ଶିକ୍ଷକ ବିଏଲ୍ଓ କାମରେ ବ୍ୟସ୍ତ ରହୁଥିବାରୁ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ବିଦ୍ୟାଳୟର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଅତି କମରେ ଜଣେ ଶିକ୍ଷକଙ୍କ ଆବଶ୍ୟକ ବୋଲି ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ଜତିନ ସାହୁ ପ୍ରମୁଖ କରିଛନ୍ତି। ଏଥିପାଇଁ ଶିକ୍ଷା କମିଟି ପକ୍ଷରୁ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଥିବା ଜଣାପଡ଼ିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଛାତ୍ରଛାତ୍ରୀ ଙ୍କୁ ନିମ୍ନ ମାନର ଡ୍ରେସ ଯୋଗାଣ ଅଭିଯୋଗ ,ଚାଲିଛି ପିସି କାରବାର,ଡ୍ରେସ ବାବଦ ଅର୍ଥ ପିଲାଙ୍କ ଏକାଉଣ୍ଟ କୁ ଛାଡିବାକୁ ଦାବୀ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୨

Sunil Chandra Nayak

ଲତା ବେହେରା  ଙ୍କ କବିତା ସ୍ୱାଭିମାନ

Sunil Chandra Nayak

Leave a Comment

error: Content is protected !!