ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରିୟାଯୋଗ ପରିବାର ପକ୍ଷରୁ ସତ ସଂଘ ଅନୁଷ୍ଠିତ

କ୍ରିୟାଯୋଗ ପରିବାର ପକ୍ଷରୁ ସତ ସଂଘ ଅନୁଷ୍ଠିତ

 ନୂଆପଡ଼ା ଜିଲ୍ଲା ଖଡିଆଳ ଶ୍ରୀଜି ମଣ୍ଡପ ଠାରେ ଖଡ଼ିଆଳ କ୍ରିୟାଯୋଗ ପରିବାର ପକ୍ଷରୁ କ୍ରିୟାଯୋଗ ସତସଙ୍ଘ ଗୁରୁ ବିଶ୍ୱଶାନ୍ତି ଦୂତ ପରମହଂସ ପ୍ରଜ୍ଞା ମିଶନ ପୁରୀ ବାଲିଘାଟ ପ୍ରଜ୍ଞାନାନନ୍ଦ ଯୋଗ ଦେଇ କ୍ରିୟାଯୋଗ ସତସଙ୍ଘ ମାଧ୍ୟମରେ ବିଶାଳ ଜନସମାଗମକୁ ମାନବ ସେବା ହି ମାନବ ଧର୍ମ ବୋଲି ବୁଝାଇ ଥିଲେ । ଅନ୍ୟ ଦୁଇ ସହଯୋଗୀ ସର୍ପ।ନନ୍ଦ ବାବା ଓ ଅରୁପା ଯୋଗ ଦେଇଥିବା ବେଳେ ବହୁ ଶିଷ୍ୟ ସହଯୋଗ କରିଥିଲେ । ଏହି ସତସଙ୍ଗ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଚନ୍ଦ୍ରଶେଖର ଚନ୍ଦ୍ରକାର ଓ ଧନ୍ୟବାଦ ଅର୍ପଣ କରିଥିଲେ ଜୟ ପଣ୍ଡା, କାର୍ଯ୍ୟକ୍ରମର ହଜାର ହଜାର ଶ୍ରଢାଳୁ ଯୋଗଦେଇ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମକୁ ହରେକୃଷ୍ଣ ପଣ୍ଡା, ଖଡ଼ିଆଳ ଯୁବରାଜ ଦେବ ଦେବ ସିଂହ ଦେଓ, ଯୁଗଲ କିଶୋର ଦଣ୍ଡସେନା, ଦେବେନ୍ଦ୍ର ଖମାରୀ, ମହେଶ ଲାଲ, ମାନଶ ପଣ୍ଡା, ବିଜୟ ସିଂ ବାବୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରସାଦ ସେବନ ପରେ ସତସଙ୍ଘ ଶେଷ ହୋଇଥିଲା ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

masiha

Leave a Comment

error: Content is protected !!