ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଅଗ୍ନିଗାଙ୍ଗାମାଙ୍କ ଯାତ୍ରା ସମାପ୍ତ 

ଶ୍ରୀ ଶ୍ରୀ ଅଗ୍ନିଗାଙ୍ଗାମାଙ୍କ ଯାତ୍ରା ସମାପ୍ତ 

ବନ୍ଧୁଗାଁ, ତା ୨୭/୩/୨୪,କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ ନୀଲାବାଡ଼ି ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ବୁଧବାର ଦିନ ସମାପ୍ତ ହୋଇଯାଇଛି। ଯାତ୍ରାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିଲା କିନ୍ତୁ ହାତ ଗଣତି ପୋଲିସ ମୁତୟନ ହୋଇଥିବାରୁ ଆଇନ ଶୃଙ୍ଖଳା ଯାତ୍ରା ସମୟରେ ବିଗିଡ଼ି ଯାଇଥିବା ଦେଖିବାକୁ ମିଳିଥିଲା ଯାତ୍ରା ପ୍ରବଳ ମଦ ବିକ୍ରୀ ହେବା ସହ ଜୁଆ ଓ ଲୋଡୁ ଖେଳ ସାଜିଥିଲା ମୁଖ୍ୟ ଆକର୍ଷଣ । ପ୍ରତ୍ୟେକ ସ୍ଥାନରେ ଭକ୍ତଙ୍କ ମୋବାଇଲ୍ ଠାରୁ ଆରମ୍ଭ କରି ଟଙ୍କା ପଇସା ଚୋରିର ଏକ ରାକେଟ ଭୁଲି ଭୁଲି ଚୋରି କରୁଥିଲେ ଏନେଇ କମିଟି ଓ ଭକ୍ତ ସର୍ଦ୍ଦାଳୁ ପୋଲିସକୁ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ହାତରେ କିଛି ଚୋର ପକେଟ ମାରଙ୍କୁ ଧରି ଅଟକ ରଖି ଶେଷରେ ପୂଜା କମିଟି ଓ ପୋଲିସଙ୍କ ମଧ୍ୟରେ ଯାତ୍ରା ଗୋହୋଲିକୁ ଶାନ୍ତି ସୁରକ୍ଷା ବଜାୟ ରଖିବାକୁ ନେଇ ଚୋର ଓ ପକେଟ ମାର କରି ପୁଲିସ ହାତରେ ଧରା ମିଳିଥିବା ବ୍ୟକ୍ତିଙ୍କ ପରିବାର ଵର୍ଗଙ୍କୁ ଯୋଗାଯୋଗ କରି ବୁଝାଇ ପରିବାରଙ୍କୁ ଦେଇଥିଲେ । କିନ୍ତୁ କମିଟି କିଛି ଯୁବକ ତତ୍ପରତା ଦେଖାଇ ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ରାକେଟକୁ ଠାବ କରି ତାଙ୍କ ଠାରୁ ଦୁଇଟି ବଡ଼ ମୋବାଇଲ୍ ଓ ତିନୋଟି ସାନ ମୋବାଇଲ୍ ଏବଂ ଦୁଇଟି ମନି ପୋର୍ସ ଉଦ୍ଧାର କରି ବା ସହ ଏକ ମାରାଣାସ୍ତ୍ର ଉଦ୍ଧାର କରି ବନ୍ଧୁଗାଁ ପୋଲିସକୁ ଯିମା ଦେଇଥିଲେ । ଏନେଇ ବନ୍ଧୁଗାଁ ତହସିଲ ତଥା ଯାତ୍ରା ଅଧ୍ୟକ୍ଷା ଶ୍ରୀମତୀ ସନାଲୀ ପାତ୍ର ଓ ଥାନା ଅଧିକାରୀ ପ୍ରଶନ୍ନ କୁମାର ମିଶ୍ରଙ୍କୁ ପଚାରିବାରୁ କିଛି ପ୍ରତିକ୍ରିୟା ଦେବାକୁ ମନାକରି ଦେଇ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନର୍ଲା ବିଧାୟକଙ୍କ ଅପାରଗତାର ପରିଚୟ ପଦାରେ ପଡିଲା

Sunil Chandra Nayak

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ଖଇରାରେ ଉତ୍କଳ ସାମ୍ବାଦିକ ସଂଘର ସାଂଗଠାନିକ ବୈଠକ 

masiha

Leave a Comment

error: Content is protected !!